ଫ୍ୟାଶନ୍ ଅପଡେଟ୍ ବୋଲାଇବାକୁ ଚାହୁଁଛନ୍ତି କି? ଲିପଷ୍ଟିକରଏହି ୩ଟି ରଙ୍ଗ ରହିଛି ଟ୍ରେଣ୍ଡରେ

ଯଦି ଆପଣ ଜଣେ ବିଗ୍ ଟ୍ରେଣ୍ଡି ଫ୍ୟାଶନ୍ ଫଲୋର୍ସ ବୋଲାଇବାକୁ ଚାହୁଁଛନ୍ତି ତେବେ ଆଉଟଫିଟ୍ ସହିତ ମେକଅପ୍ ଦୁନିଆର ଟ୍ରେଣ୍ଡ୍ ସମ୍ପର୍କରେ ଅପଡେଟ୍ ରହିବା ନିହାତି ଆବଶ୍ୟକ । ସେହି ସବୁ ଜିନିଷ ଆପଣଙ୍କୁ ଏକ ଗ୍ଲାମରସ୍, ଫ୍ୟାଶନେବୁଲ୍ ଓ ଟ୍ରେଣ୍ଡି ଲୁକ୍ ଦେଇଥାଏ । ମେକଅପ୍ କ୍ଷେତ୍ରରେ ଲିପଷ୍ଟିକର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବିନା ଲିପଷ୍ଟିକରେ ମେକଅପ୍ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ତେବେ ଆଜିକାଲି ବଜାରରେ ଅନେକ ଭେରାଇଟି ଓ ରଙ୍ଗର ଲିପଷ୍ଟିକ୍ ମିଳୁଛି । ଆଉଟଫିଟ୍ ଓ ମେକଅପକୁ ମ୍ୟାଚ୍ ହେବା ଭଳି ଲିପଷ୍ଟିକ୍ ଲଗାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି ।

କିନ୍ତୁ ନୂଆ ମେକଅପ୍ ଟ୍ରେଣ୍ଡ୍ ଅନୁଯାୟୀ ୩ଟି ରଙ୍ଗର ଲିପଷ୍ଟିକ୍ ଏବେ ଝିଅମାନଙ୍କ ପ୍ରଥମ ପସନ୍ଦ ସାଜିଛି । ବିୟୁଟିସିଆନଙ୍କ ମତରେ ସେହି ୩ଟି ରଙ୍ଗର ଲିପଷ୍ଟିକ୍ ଆପଣଙ୍କୁ ଏକ ନିଆରା ଓ କ୍ଳାସି ଲୁକ୍ ଦେଇଥାଏ । ତେବେ ଆସନ୍ତୁ ଜାଣିବା –
୧- ପିଙ୍କ୍ ଶେଡ୍ ଲିପଷ୍ଟିକ୍ ସବୁବେଳେ ଫ୍ୟାଶନଇନ୍ ରହିଛି । ୱେଷ୍ଟର୍ଣ୍ଣ ହେଉ କିମ୍ବା ଏଥେନିକ୍, ଯେ କୌଣସି ଆଉଟଫିଟ୍ ସହିତ ଆପଣ ପିଙ୍କ୍ ରଙ୍ଗର ଲିପଷ୍ଟିକ୍ ଲଗାଇପାରିବେ । ବେବି ପିଙ୍କ୍ ଲିପଷ୍ଟିକ୍ ଆପଣଙ୍କୁ ଏକ ଚମକଦାର୍ ଲୁକ୍ ଦେବ । ମୁଖ୍ୟତଃ ପିଙ୍କ୍ ଶେଡ୍ ଲିପଷ୍ଟିକ୍ ୨ଟି ପ୍ରକାର । ହଟ୍ ପିଙ୍କ୍ ଓ ହାଲକା ଚମକଦାର୍ ପିଙ୍କ୍ । ପେଷ୍ଟଲ୍ ପିଙ୍କ୍ ଟିନଏଜ୍ ଝିଅମାନଙ୍କ ପାଇଁ ଗ୍ଲାମରସ୍ ଲୁକ୍ ଆଣିଦେବ । କୌଣସି ଡିନର୍ ପାର୍ଟି ପାଇଁ ଆପଣ ବେବି ପିଙ୍କ୍ ଲିପଷ୍ଟିକ୍ ଟ୍ରାଏ କରନ୍ତୁ ।
୨- ଅଫିସ୍ ମିଟିଙ୍ଗ, କର୍ପୋରେଟ୍ କିମ୍ବା ବିଜନେସ୍ ମିଟିଙ୍ଗ୍ ପାଇଁ ଆପଣ ସୋନମ୍ କପୁରଙ୍କ ଭଳି ପ୍ଲମ୍ ଶେଡର ଲିପଷ୍ଟିକ୍ ଲଗାନ୍ତୁ । ଏହି ପେଷ୍ଟଲ୍ ସେଡର ଲିପଷ୍ଟିକ୍ ଏକ ର୍ଫମାଲ୍ ଓ କ୍ଲାସିଲୁକ୍ ଆଣିଥାଏ । ପ୍ଲମ୍ ଶେଡ୍ କ୍ଷେତ୍ରରେ ଆପଣ ପସନ୍ଦ ଅନୁଯାୟୀ ଲାଇଟ୍ କିମ୍ବା ଡାର୍କ ରଙ୍ଗର ବ୍ୟବହାର କରିପାରିବେ । ଏହା ବିଶେଷ ଭାବେ ସାଲୱାର୍ ସୁଟ୍ ଓ ୱେଷ୍ଟର୍ଣ୍ଣ ଆଉଟଫିଟ୍ ପାଇଁ ପରଫେକ୍ଟ ।
୩- ପିଙ୍କ୍ ଓ ରେଡ୍ ଭଳି ନ୍ୟୁଡ୍ ଶେଡର ଲିପଷ୍ଟିକ୍ କେବେ ମଧ୍ୟ ଆଉଟଡେଟେଡ୍ ହେବ ନାହିଁ । ପାର୍ଟି, ଉତ୍ସବ, ଅଫିସ୍ କିମ୍ବା ପିକନିକ୍, ଆପଣ ନ୍ୟୁଡ୍ ଶେଡର ଲିପଷ୍ଟିକ୍ ଲଗାଇ ଏକ ନିଆରା ଲୁକ୍ ପାଇପାରିବେ । କେବଳ ଶାଢ଼ିକୁ ବାଦ୍ ଦେଲେ ଏହା ଯେ କୌଣସି ଆଉଟଫିଟ୍ ସହିତ ବେଶ୍ ମାନିଥାଏ । ମେଟାଲିକ୍ ଆଉଟଫିଟ୍ ପାଇଁ ଏହି ରଙ୍ଗ ସବୁଠାରୁ ପରଫେକ୍ଟ । ଅଧିକ ମେକଅପ୍ ପସନ୍ଦ କରୁନଥିବା ଝିଅ ଓ ମହିଳାଙ୍କ ପାଇଁ ନ୍ୟୁଡ୍ ଶେଡ୍ ଲିପଷ୍ଟିକର ଚହିଦା ଏବେ ସବୁଠାରୁ ଅଧିକ ।

Leave a Reply

Your email address will not be published.