ଲତା ମଞ୍ଜେସକରଙ୍କ ମୃତ୍ୟୁ ଖବରକୁ ଝିଆରିଙ୍କ ଖଣ୍ଡନ: କହିଲେ ଗୁଜବ ପ୍ରଚାର ହେଉଛି

ଭୁବନେଶ୍ୱର, (ଓଟି): ଭାରତର କୋକିଳ କଣ୍ଠ ଭାବେ ପରିଚିତ ଲତା ମଞ୍ଜେସ୍‍କର ହସ୍‍ପିଟାଲ୍‍ରେ ସୁସ୍ଥ ଅଛନ୍ତି । ତାଙ୍କର ମୃତ୍ୟୁ ଖବର ନେଇ ଯେଉଁ ପ୍ରଚାର ଚାଲିଛି ସେସବୁ ଗୁଜବ ବୋଲି କହିଛନ୍ତି ଲତାଙ୍କ ଝିଆରି ରଚନା । ସେ କହିଛନ୍ତି ଯେ, ନଭେମ୍ବର ୧୧ ତାରିଖରୁ ଲତା ବ୍ରିଚ୍‍କ୍ୟାଣ୍ଡି ହସ୍‍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି । ସେ ଏବେ ସୁସ୍ଥ ରହିଛନ୍ତି । ଏଣୁ ସବୁ ପ୍ରକାର ଗୁଜବଠୁ ଦୂରେଇ ରହିବାକୁ ସେ କହିଛନ୍ତି । ଆସନ୍ତା ୩ରୁ ୪ ଦିନ ଭିତରେ ସେ ସମ୍ପୂଣ୍ଣ ସୁସ୍ଥ ହୋଇଯିବେ ବୋଲି ରଚନା କହିଛନ୍ତି ।
ଏହା ପୂର୍ବରୁ ଲତାଙ୍କ ଫ୍ୟାନ୍‍ ତଥା ଶିଳ୍ପପତି ହର୍ଷ ଗୋଏଙ୍କା ମଧ୍ୟ ହସ୍‍ପିଟାଲ୍‍ ଯାଇ ଲତାଙ୍କୁ ସାକ୍ଷାତ କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ, ଏହା ତାଙ୍କ ଜଣାଇ ଖୁସି ଲାଗୁଛି ଯେ, ସେ ସୁସ୍ଥ ଅଛନ୍ତି ।

Leave a Reply

Your email address will not be published.