ଜାମ୍ମୁ କାଶ୍ମୀର : ପୁଞ୍ଚରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିପାତ

ଶ୍ରୀନଗର, (ଓଡିଶା ଟାଇମ୍) : ଜାମ୍ମୁ କାଶ୍ମୀରର ପୁଞ୍ଚରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ତିନି ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଘେରି ନେଇ ଅପରେସନ୍ ଆରମ୍ଭ କରିଥିଲା ।

ମୋଗଲ ରୋଡ ଡୁଗରାନ ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗୁଳିଚାଳନା ଆରମ୍ଭ କରିଥିଲେ। ଏହା ପରେ ସୈନିକମାନେ ସାମ୍ନାକୁ ଆସି ଏନକାଉଣ୍ଟର ଆରମ୍ଭ କରିଦେଇଥିଲେ।

Leave a Reply

Your email address will not be published.