ପ୍ରାର୍ଥୀମାନେ ବିଦେଶରେ ଥିବା ସଂପତ୍ତି ତଥ୍ୟ ଦେବେ : ମୁଖ୍ୟ ନିର୍ବାଚନ କମିଶନ

ଏଣିକି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଦେଶରେ ଥିବା ସେମାନଙ୍କ ସମ୍ପତ୍ତି ସଂପର୍କରେ ସମସ୍ତ ତଥ୍ୟ ଦେବାକୁ ହେବ। ଏହି ତଥ୍ୟର ଯାଞ୍ଚ ଆୟକର ବିଭାଗ କରିବ। ଯଦି ପ୍ରାର୍ଥୀ ପ୍ରଦାନ କରିଥିବା କୌଣସି ପ୍ରକାରର ତ୍ରୁଟିବିଚ୍ୟୁତି ରହିଥାଏ ତେବେ ସଂପୃକ୍ତ ପ୍ରାର୍ଥୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା କହିଛନ୍ତି ସ୍ପଷ୍ଟ କରି ଦେଇଛନ୍ତି।

ନିର୍ଦ୍ଧାରିତ ସମୟରେ ନିର୍ବାଚନ

୨୦୧୯ ଲୋକସଭା ନିର୍ବାଚନ ଠିକ୍‌ ଓ ନିର୍ଦ୍ଧାରିତ ସମୟରେ ହେବ ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନ। ସଂପ୍ରତି ଭାରତ- ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଓ ସୀମାନ୍ତରେ ଦେଖା ଦେଇଥିବା ଉତ୍ତେଜନା ୨୦୧୯ ଲୋକସଭା ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା କହିଛନ୍ତି।

https://odishatime.com/balsore-lok-sabha/

Leave a Reply

Your email address will not be published.