ପାୱାରଫୁଲ୍ ବିଜନେସ୍ ୱିମେନ୍: ଏକତା କପୁର୍

ଟେଲି ସିରିଏଲ୍ ଓ ଫିଲ୍ମ ପ୍ରଯୋଜିକା ଏକତା କପୁରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖରବ । ଏଣ୍ଟରଟେନମେଣ୍ଟ୍ ୱାଲର୍ଡ଼ ପକ୍ଷରୁ ଏକତାଙ୍କୁ ଚଳିତବର୍ଷର ‘ପାୱାରଫୁଲ୍ ବିଜେନେସ୍ ୱିମେନ୍’ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି । ବିଜନେସ୍ ଦୁନିଆର ସବୁଠାରୁ ପପୁଲାର୍ ଇଣ୍ଡିଆନ୍ ମ୍ୟାଗେଜିନ୍ ‘ଫରଚ୍ୟୁନ୍ ଇଣ୍ଡିଆ’ ପକ୍ଷରୁ ଏକତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଟ୍ୱିଟର୍ ମାଧ୍ୟମରେ ଏକତା ଏହି ଖୁସି ଖବରକୁ ସେୟାର୍ କରିବା ସହିତ ମ୍ୟାଗେଜିନକୁ କୃତଜ୍ଞତା ଜ୍ଞାପନ କରିଥିଲେ ।

କହିରଖୁଛୁ ୧୯୯୫ ମସିହାରୁ ଏକତା ମନୋରଞ୍ଜନ ଦୁନିଆରେ ସକ୍ରିୟ ଅଛନ୍ତି । ‘ହମ୍ ପାଞ୍ଚ’, ‘କ୍ୟୋଁ କି ଶାଶ୍ ଭି କଭି ବହୁ ଥି’, ‘କାହାନୀ ଘର୍ ଘର୍ କି’, ‘କସୌଟି ଜିନ୍ଦେଗୀ କି’, ‘କୁମକୁମ୍ ଭାଗ୍ୟ’ ‘ ନାଗୀନ୍’ ଓ ‘କବଚ୍’ ଭଳି ଟେଲି ଦୁନିଆର ଅନେକ ଲୋକପ୍ରିୟ ଶୋ’ ଏକତାଙ୍କ ପ୍ରଡକସନ୍ ହାଉସ୍ ‘ବାଲାଜୀ ଟେଲିଫିଲ୍ମସ’ ପକ୍ଷରୁ ପ୍ରଯୋଜିତ । ଏହା ବ୍ୟତୀତ ‘ବାଲାଜୀ ମୋସନ୍ ପିକଚର୍ସ’ ବ୍ୟାନର୍ ପକ୍ଷରୁ ‘ଉଡ଼ତା ପଞ୍ଜାବ୍’, ‘ଡ୍ରିମ୍ ଗାର୍ଲ’ ଓ ‘ଏକ ଭିଲେନ୍’ ଭଳି ଅନେକ ଫିଲ୍ମ ପ୍ରୋଡ୍ୟୁସ୍ କରାଯାଇଛି । ଏହା ସହିତ ଏକତାଙ୍କ ପ୍ରଡକସନ୍ ହାଉସ୍ ପକ୍ଷରୁ ପ୍ରସ୍ତୁତ ଅନେକ ୱେବସିରିଜ୍ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଛି ।

Leave a Reply

Your email address will not be published.