୨୬ରୁ ସ୍କୁଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଶିକ୍ଷକଙ୍କୁ ଅଗ୍ରାଧିକାରରେ ଟିକା ଦେବାକୁ ଆମେ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଡିଇଓମାନଙ୍କ ବୈଠକରେ ଏ ସମ୍ପର୍କରେ କୁହାଯାଇଥିଲା । ପିଲାଙ୍କ ସ୍ବାସ୍ଥ୍ୟ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ଅଧିକାଂଶ ଶିକ୍ଷକ ଟିକା ନେଇସାରିଲେଣି ।  ଯେଉଁମାନେ ନେଇନାହାନ୍ତି ସେମାନେ ଦ୍ଵିତୀୟ ଡୋଜ୍ କେମିତି ନେବେ ତାହାକୁ ପ୍ରାଥମିକତା ଦିଆଯିବ । ଏସଓପି ଲେଖା ହୋଇନି ଟିକା ନନେଇଥିଲେ ଶିକ୍ଷକ ସ୍କୁଲ ଆସି ପାରିବେନି ।

୨୬ ରୁ ସ୍କୁଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ । କାଗଜରେ ହେଉ, ଟେଲିଫୋନ୍ ଅବା ହ୍ବାଟସଆପ ମାଧ୍ୟମରେ ହେଉନା କାହିଁକି ସ୍କୁଲ ଆସିବା ଓ ହଷ୍ଟେଲରେ ପିଲା ରହିବା ପାଇଁ କନସେଣ୍ଟ ଫର୍ମ ବାଧ୍ୟତାମୂଳକ । ହଷ୍ଟେଲ ଖୋଲିବା ନେଇ ଏସଓପି ଜାରି ହୋଇସାରିଛି । ଆଇସିଏମଆରର ତଥ୍ୟ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏକ ପ୍ରକାର ଆଲୋଚନା ଚାଲିଛି । ଏନେଇ କୌଣସି ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କ ନିକଟକୁ ଆସିନାହିଁ । ତର୍ଜମା ଚାଲିଛି ନିର୍ଯ୍ୟାସ ଆସିଲେ ରାଜ୍ୟ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେବେ ।

Leave a Reply

Your email address will not be published. Required fields are marked *