ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ଉତ୍ତରାଖଣ୍ଡ, (ଓଡିଶା ଟାଇମ୍) : ଉତ୍ତରାଖଣ୍ଡ ପିଥୋରାଗଡରେ ବିଳମ୍ବିତ ରାତିରେ ଭୂକମ୍ପର ଝଟକା ଅନୁଭବ ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତି ୩ ଟା ୧୦ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୬ ରେକର୍ଡ଼ କରାଯାଇଛି।
ସେହିପରି ମଙ୍ଗଳବାର ସକାଳ ସମୟରେ ହରିଦ୍ୱାରରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଥିଲା।

ଭୂକମ୍ପର କେନ୍ଦ୍ରସ୍ଥଳ ବହାଦରାବାଦର ଔରଙ୍ଗାବାଦ କ୍ଷେତ୍ରର ଡାଲୁବାଲାର କାଲାନ ଗାଁ ଥିଲା। ଏହାର ତିବ୍ରତା ରିକ୍ଟର ସ୍କେଲରେ ୪.୦ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନି ହୋଇ ନାହିଁ ବୋଲି ସୂଚନା ମିଳିଛି।

Leave a Reply

Your email address will not be published.