କାରଗିଲରେ ଭୁମିକମ୍ପ ଝଟକା, ଲୋକେ ଭୟଭୀତ

କାରଗିଲ,(ଓଡିଶା ଟାଇମ୍‌): ଜାମ୍ମୁ-କାଶ୍ମୀରରେ ରବିବାର ଭୋର ସମୟରେ ଭୁମିକମ୍ପ ଝଟକା ଅନୁଭୂତ ହୋଇଛି । ଲଦାଖର କାରଗିଲରେ ଭୋର ୩ଟା ୩୭ମି.ରେ ଅନୁଭୂତ ହୋଇଥିବା ଏହି ଭୁମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ରହିଛି ।

କାରଗିଲ୍ ଠାରୁ ଉତ୍ତର-ଉତ୍ତରପୂର୍ବରୁ ୪୩୩ କିମି. ଦୂରରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଭୁମିକମ୍ପ ହେବା ଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିବା ବେଳେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ନିକଟ ଅତୀତରେ ଜାମ୍ମୁ-କାଶ୍ମୀରରେ ଅନେକ ଥର ଭୁମିକମ୍ପ ଝଟକା ଅନୁଭୂତ ମଧ୍ୟ ହୋଇଛି ।

ଏହାପୂର୍ବରୁ ଗତ ଜୁନ୍ ମାସ ୩୦ ତାରିଖରେ ଜାମ୍ମୁ-କାଶ୍ମୀରର କତ୍ରା ଠାରେ ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରହିଥିଲା ଏବଂ ଏହାର କେନ୍ଦ୍ର କତ୍ରା ଠାରୁ ୮୪ କିମି. ଦୂରରେ ରହିଥିଲା ।

ସେହିପରି ଏହାପୂର୍ବରୁ ଗତ ଜୁନ୍ ୧୪ରୁ ୧୬ ତାରିଖ ମଧ୍ୟରେ ୩ ଥର ଜାମ୍ମୁ-କାଶ୍ମୀରରେ ଭୁମିକମ୍ପ ହୋଇଥିଲା । ଜୁନ୍ ୧୬ରେ କତ୍ରା ଠାରୁ ୮୫ କିମି. ଦୂର ପୂର୍ବରେ ହୋଇଥିଲା ଭୁମିକମ୍ପ । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଥିଲା । କାଶ୍ମୀର ଏଭଳି ଏକ ସ୍ଥାନ ଯେଉଁଠାରେ ଭୁମିକମ୍ପ ହେବାର ଆଶଙ୍କା ଅତ୍ୟଧିକ ରହିଥାଏ ।

Leave a Reply

Your email address will not be published.