କଟକଣା ଭିତରେ ସାର୍ବଜନୀନ ଦୂର୍ଗାପୂଜା ପ୍ରସଙ୍ଗ : ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ପୂଜାମଣ୍ଡପର ଚାଲେଞ୍ଜ

ଭୁବନେଶ୍ବର, (ଓଡିଶା ଟାଇମ୍) :  କଟକଣା ଭିତରେ ସାର୍ବଜନୀନ ଦୂର୍ଗାପୁଜା ଲାଗି ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଓ ତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଥିବା ଏକାଧିକ ମାମଲାର ଆଜି ଶୁଣାଣି ହେବ । କୋଭିଡ କଟକଣା ଭିତରେ ପୂଜା କରିବା ଲାଗି ପ୍ରାୟ ସମସ୍ତ ଆଵେଦନକାରୀମାନେ ରାଜି ଥିଲେ ବି ସରକାରୀ ବିଜ୍ଞପ୍ତିରେ କେତେକ ସଂଶୋଧନ ଲାଗି ପ୍ରାର୍ଥନା କରାଯାଇଛି ।

ପରମ୍ପରା ମୁତାବକ ମୁର୍ତ୍ତି ନିର୍ମାଣ କରିବା ଏବଂ ଖୋଲା ମଣ୍ଡପରେ ପୁଜା କରିବା ସପକ୍ଷରେ ରହିଛନ୍ତି ଆବେଦନକାରୀମାନେ । ସେହିପରି ଟ୍ରାକଟର କିମ୍ବା ଚେଚିସ ସହାୟତାରେ ମୃଣ୍ମୟୀ ମୁର୍ତ୍ତିଙ୍କୁ ବିସର୍ଜନ କରିବା ପାଇଁ ମଧ୍ୟ ଦାଏର ପିଟିସନରେ ଉଲ୍ଲେଖ କରିଛନ୍ତି ଆବେଦନକାରୀମାନେ ।

ମୂର୍ତ୍ତିର ଆକାର ଛୋଟ କରିବା , ପୂଜାମଣ୍ଡପ ଆଗରେ ପର୍ଦ୍ଦା ଢାଙ୍କିଵା ସହିତ ଭସାଣୀ କିମ୍ବା ଶୋଭାଯାତ୍ରା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ଏ ପ୍ରସଙ୍ଗରେ କଟକ ବାଲୁବଜାର ପୁଜାକମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ପରେ ଆଉ ୨୨ ଟି ଅନୁଷ୍ଠାନ ଏହି ମାମଲାରେ ପକ୍ଷଭୁକ୍ତ ହେଵାଲାଗି ଆଵେଦନ କରିଛନ୍ତି। 

Leave a Reply