ଲସି ପିଉଛନ୍ତି କି ? ସସ୍ ଖାଉଛନ୍ତି କି ? ତାହାଲେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ବର, (ଓଡିଶା ଟାଇମ୍) : ଲସି ପିଉଛନ୍ତି କି ? ସସ୍ ଖାଉଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ କାରଣ ଆମେ ଯାହା ଖାଉଛନ୍ତି ପିଉଛନ୍ତି ତାହା ଅସଲୀ କି ନକଲି ତାକୁ ଯାଞ କରିବା ପାଇଁ ସତେ ଯେମିତି କେହି ନାହିଁ। ନକଲି କୁ ଅସଲୀ ଲେବୁଲ ଲଗାଇ ନକଲି ଖାଦ୍ୟ ପଦାର୍ଥ ଏବେ ବଜାରରେ ରାଜ କରୁଥିବା ବେଳେ ଅସଲୀ/ନକଲି ମାନ ନିର୍ଦ୍ଧାରଣ ପାଇଁ ଉଦ୍ଦିଷ୍ଟ ବିଭାଗ ମାସିକିଆ ନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ! ଆଉ ଯଦି କାଁ ଭାଁ କୋଉଠି କେମିତି ନକଲି କାରଖାନା ଉପରେ ଚଢ଼ାଉ ହେଉଛି ତାହା ଲୋକାଲ୍ ପୋଲିସ ବାବୁଙ୍କ ନେଣ ଦେଣ ନଛିଣ୍ଡିବାରୁ କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି !

ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସୁନ୍ଦୁରିଆ ପଞ୍ଚାୟତର ଷଣ୍ଢପୁର ରେ ଥିବା ଏକ ନକଲି ଥଣ୍ଡା ପାନୀୟ ଓ ନକଲି ସସ୍ କାରଖାନା ଉପରେ ଯାଜପୁର ଏସଡିପିଓ ଚିନ୍ମୟ ନାୟକଙ୍କ ତତ୍ବାବଧାନରେ ଧର୍ମଶାଳାର ଅତିରିକ୍ତ ତହସିଲଦାର ଦେବୀପ୍ରଶନ୍ନ ମହାନ୍ତି, ଧର୍ମଶାଳା ଥାନାଅଧିକାରୀ ସରୋଜ ସାହୁ ପୋଲିସ ଫୋର୍ସ ସହ ଦିଲ୍ଲୀପ ଜେନାଙ୍କ ମାଲିକାନାରେ ପରିଚାଳିତ ଡି ପି ଫୁଡ୍ସ କାରଖାନା ଉପରେ ଚଢ଼ାଉକରି ଅତି ଦୁର୍ଗନ୍ଧ ଯୁକ୍ତ ପରିବେଶ ମଧ୍ୟରେ ପ୍ରସ୍ତୁତ ନକଲି ସସ୍ ଓ ଲଚି ଥଣ୍ଡା ପାନୀୟ କାରଖାନା ରୁ ଅନେକ ପରିମାଣର କଞ୍ଚାମାଲ ସହ ନକଲି କାରବାରରେ ବ୍ୟବହୃତ ଯନ୍ତ୍ରପାତି ଜବତ କରିଥିଲେ !

ଏଥି ପୂର୍ବରୁ ଯାଜପୁର ଜିଲ୍ଲାର ପାଣିକୋଇଲି,ଛତିଆ,ବାଲିଚନ୍ଦ୍ରପୁରରେ ବିଭିନ୍ନ ନକଲି ଜିନିଷ ତିଆରି କାରଖାନା ଉପରେ ଚଢ଼ାଉ କରିବା ସହ ବଡଚଣା ଥାନା ଅନ୍ତର୍ଗତ କୁନ୍ଦଳ ଅଞ୍ଚଳରୁ ନକଲି ସସ୍ କାରଖାନା ଯବତ ହୋଇଛି ! ଯାଜପୁର ଜିଲ୍ଲାରେ ବ୍ୟାପକ ନକଲି ସାମ୍ରାଜ୍ୟ ବଢି ଚାଲିଥିବା ବେଳେ ସାଧାରଣ ଲୋକେ ନିଜର ଜୀବନ ପ୍ରତି ବିପଦ ପାଇଁ ସନ୍ଧିଆନ ହୋଇଛନ୍ତି ! ନକଲି ଜନିଷ ପ୍ରସ୍ତୁତ ଏବଂ ବିକ୍ରୟ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବୀ ଯୋର ଧରୁଛି !

Leave a Reply

Your email address will not be published.