ଡ଼୍ରଗ୍ସ ଲିଙ୍କ ଘଟଣା ; ଏନସିବିର କାର୍ଯ୍ୟାଳୟରେ ହାଜିର ହେଲେ ସିମୋନ ଖମ୍ବାଟା

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଅନୁସନ୍ଧାନ କରୁଥିବା ଏନସିବି ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି।  ଡ଼୍ରଗ୍ସ ଲିଙ୍କ ଘଟଣାରେ ବହୁ ସିନେ ତାରକାଙ୍କ ନାଁ ସାମ୍ନାକୁ ଆସିଛି। ଏହାପରେ ଏନସିବି ବହୁ ବଡ଼ ବଡ଼ ସିନେ ତାରକାଙ୍କୁ ସମନ୍‍ ପଠାଇ ସାରିଛି। ଡ୍ରଗ୍ସ ଲିଙ୍କ ଘଟଣାରେ ଜେଲରେ ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରାଯିବା ସମୟରେ ଅଭିନେତ୍ରୀ ରାକୁଲପ୍ରୀତଙ୍କ ସହ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କ ନାଁ ସାମ୍ନାକୁ ଆସିଥିଲା।

ଏହାକୁ ଭିତ୍ତି କରି ଆଜି ଏନସିବି ରାକୁଲପ୍ରୀତ ଓ ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟାକୁ ପଚରାଉଚରା ପାଇଁ ଡକାଯାଇଛି। ଏହାସହ ଆଗକୁ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର,ଦୀପିକା ପାଦୁକୋନଙ୍କୁ ମଧ୍ୟ ପଚରାଉଚରା କରାଯିବ। ରାକୁଲପ୍ରୀତଙ୍କୁ ଏନସିବିର କୌଣସି ସମନ ମିଳିନଥିବା ସେ କହିଛନ୍ତି। ଏହି କାରଣରୁ ସେ ଆଜି ପଚରାଉଚରା ପାଇଁ ବ୍ୟୁରୋ କାର୍ଯ୍ୟାଳୟକୁ ଆସିବେ ନାହିଁ। ଏହାସହ ସେ ବାହାନା କରୁଛନ୍ତି ବୋଲି ଏନସିବିଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ସେହିପରି ଏନସିବିର କାର୍ଯ୍ୟାଳୟରେ ପଚରାଉଚରା ପାଇଁ ସିମୋନ ଖମ୍ବାଟା ପହଞ୍ଚିସାରିଛନ୍ତି। ଉଲ୍ଲେଖ ଯୋଗ୍ୟ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଡକାଇ ପଚରାଉଚରା କରିଥିଲା। ଦୀପିକା ଖୋଲାଖୋଲି ଭାବେ କରିଶ୍ମାଙ୍କ ସହ ଟ୍ରଗ୍ସକୁ ନେଇ ହ୍ବାଟ୍ସଆପ୍ ଚାର୍ଟ କରିଥିବା ଏନସିବି ଜାଣିବାକୁ ପାଇଥିଲା ।

Leave a Reply

Your email address will not be published.