ରାଜଭବନ ଛକ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା :ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହେଲା ନିଖୋଜ ସୀମାଞ୍ଚଳ ପରିଡା ମୃତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ ଆସିଲା ମାଂସଖଣ୍ଡର ଡିଏନଏ ରିପୋର୍ଟ । ବିସ୍ଫୋରଣ ସ୍ଥାନରୁ ସଂଗୃହୀତ ମାଂସ ଖଣ୍ଡର ହୋଇଥିଲା ଡିଏନଏ ଟେଷ୍ଟ । ଡିଏନଏ ରିପୋର୍ଟର ହସ୍ତଗତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଘଟଣାରେ ନିରୁଦ୍ଦିଷ୍ଟ ଥିବା ସୀମାଞ୍ଚଳ ପରିଡାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର । ଏନେଇ ସୀମାଞ୍ଚଳଙ୍କ ପରିବାରଲୋକଙ୍କୁ ଜଣାଇ ଦିଆଯାଇଛି । ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପୋଲିସ କମିଶନର । ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇ ଦିଆଯାଇଛି । ଫଳରେ ତାଙ୍କ ପରିବାରଲୋକଙ୍କୁ କ୍ଷତିପୂରଣ ମିଳିପାରିବ । ଘଟଣାରେ ସୀମାଞ୍ଚଳ ପରିଡାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଡିଏନଏ ରିପୋର୍ଟରେ ସୂଚନା ଦିଆଯାଇନାହିଁ । ଘଟଣାର ତଦନ୍ତ ଚାଲିଛି । ଶୁବ୍ ଶୀଘ୍ର ଏ ନେଇ ଅଧିକ ତଥ୍ୟ ପ୍ରଦାନ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା ପରେ ସୀମାଞ୍ଚଳଙ୍କ ପରିବାର ଲୋକ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଥିଲେ । ଏହାପରେ ସୀମାଞ୍ଚଳ ପରିଡାଙ୍କ ପରିବାରଲୋକଙ୍କର ମଧ୍ୟ ଡିଏନଏ ଟେଷ୍ଟ ହୋଇଥିଲା ।

Leave a Reply

Your email address will not be published.