କୋଭିଡ୍ ସମୟରେ ବଢୁଛି ଇକମୋ ଆବଶ୍ୟକତା, ବିଦେଶରୁ ଆଣିବାକୁ ଚାଲିଛି ପ୍ରକ୍ରିୟା : DMET

ଭୁବନେଶ୍ଵର, (ଓଡିଶା ଟାଇମ୍): କୋଭିଡ୍ ରୋଗୀଙ୍କ ପାଇଁ ଇକମୋ ବ୍ୟବହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ସେ କହିଛନ୍ତି ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଉଛି । ସେଇଟା ପୁଣି ଶରୀର ଭିତରକୁ ଫେରିଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ ବୋଲି ଡିଏମ୍ଇଟି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇକମୋ ଚିକିତ୍ସା ଅସ୍ଥାୟୀ ଭାବେ କିଛି ଦିନ ପାଇଁ ଟାଣି ନେଇପାରେ । ଏହା ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ଲକ୍ଷ ଟଙ୍କା ଦରକାର ପଡୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଆଗରୁ ଫୁସଫୁସ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କିନ୍ତୁ କୋଭିଡ୍ ପରିସ୍ଥିତିରେ ଯେତେବେଳେ ଅତି ଗୁରୁତର ନିମୋନିଆ ହେଉଛି । ଭେଣ୍ଟିଲେଟର ଫେଲ୍ ମାରୁଛି, ସେତେବେଳେ ଇକମୋର ଆବଶ୍ୟକତା ପଡୁଛି । ଏବେ ଏହାର ଆବଶ୍ୟକତା ରହୁଛି । ଏବେ ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ସାମୟିକ ଭାବେ ଏହି ମେସିନ କିଛି ଦିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ । ଏହା ନିଶ୍ଚିତ ଜୀବନ ରକ୍ଷାକାରୀ ଯନ୍ତ୍ର  ।

ଶେଷ ଆଶା ଏଇଟା ଜୀବନ ରକ୍ଷା କରିବା ପାଇଁ, କିନ୍ତୁ ତାହା ପାଇଁ ଯେତିକି ମାନବ ସମ୍ବଳ ଦରକାର ତାହା ନଥିଲେ କେବଳ ମେସିନ ଆଣିକି ଥୋଇ ଦେଲେ ହେବନି । ଏଥିପାଇଁ ମାନବ ସମ୍ବଳ କରିବାଟା ବହୁତ କଷ୍ଟ । ନନ୍ କୋଭିଡ୍ ସମୟରେ ଏହାର ଉପଯୋଗିତା ବହୁତ କମ୍ ଥିଲା । ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଟେଣ୍ଡର ସରିଛି । ଭାରତରେ ଏହି ମେସିନ ନିର୍ମିତ ହେଉନାହିଁ । ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି ବୋଲି ଡିଏମ୍ଇଟି କହିଛନ୍ତି ।

Leave a Reply

Your email address will not be published. Required fields are marked *