ହାଇ ରିସ୍କ ଜୋନ୍‌ରେ ରାଜ୍ୟର ୯ଜିଲ୍ଲା, ମନ୍ତ୍ରୀ କହିଲେ ଗୁଜବରେ କରନ୍ତୁନାହିଁ ବିଶ୍ବାସ

ଭୁବନେଶ୍ବର, (ଓଡିଶା ଟାଇମ୍) : ପଙ୍ଗପାଳକୁ ନେଇ ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ହାଇ ରିସ୍କ, ମଡରେଟ୍ ରିସ୍କ, ଲୋ ରିସ୍କ ଜୋନ୍ ରେ ବିଭକ୍ତ କରାଯାଇଛି । ହାଇ ଏବଂ ମଡରେଟ୍ ଜୋନରେ ୯ଟି ଲେଖାଏଁ ଜିଲ୍ଲା ରହିଛି । ବାକି ୧୨ଟି ଜିଲ୍ଲା ଲୋ ରିସ୍କ ଜୋନରେ ଅଛି । ସୀମାବର୍ତ୍ତୀ ଜିଲ୍ଲା ଗୁଡିକ ହାଇ ରିସ୍କ ରହିଛି । ପଙ୍ଗପାଳ ମଧ୍ୟପ୍ରଦେଶରେ ରହିଛିନ୍ତି । ଓଡିଶା ଆସିବ ମୌସୁମୀ ଉପରେ ନିର୍ଭର କରୁଛି । ଚାଷୀଙ୍କ ସହ କଥା ହେଉଛୁ । ଝିଣ୍ଟିକାକୁ ଦେଖି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଏବେ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଉପଦ୍ରବ ଚଳାଇଛନ୍ତି । ଓଡିଶା ସୀମାରୁ ପ୍ରାୟ ୫ଶହ କିଲୋମିଟର ଦୂରରେ ରହିଛନ୍ତି । ଜୁନ୍ ଏବଂ ଜୁଲାଇରେ ପଙ୍ଗପାଳ ଆକ୍ରମଣ ଆଶଙ୍କା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାରେ ପଙ୍ଗପାଳ ଅଧିକ କ୍ଷତି କରିପାରନ୍ତି ।

Leave a Reply

Your email address will not be published.