ଦିଶା ଓ ଓାଇଗର୍ ପରସ୍ପରକୁ ଦେଇଛନ୍ତି ଏକ ନିକନେମ୍, ଜାଣିବାକୁ ଚାହିଁବେନି?

ରିଲ୍ ହେଉ କିମ୍ବା ରିଅଲ୍ ଦିଶା ପଟାନି ଓ ଟାଇଗରଙ୍କ ଯୋଡ଼ିକୁ ସିନେପ୍ରେମୀ ଖୁବ୍ ପସନ୍ଦ କରିଥାନ୍ତି । ଅଫସ୍କ୍ରିନରେ ଏହି ଯୋଡ଼ିଙ୍କ ଲଭ୍ ଓ ରୋମାନ୍ସ କେମେଷ୍ଟ୍ରୀର ଚର୍ଚ୍ଚା ପ୍ରାୟ ସବୁବେଳେ ଶୁଣିବାକୁ ମିଳିଥାଏ । ତେବେ ଏହି ଧାରାରେ ଏବେ ଦିଶା ଓ ଟାଇଗରଙ୍କ ସମ୍ପର୍କରେ ଆଉ ଏକ ସିକ୍ରେଟ୍ ଜଣାପଡ଼ିଛି । ଦିଶା ଓ ଟାଇଗର୍ ପରସ୍ପରକୁ ଏକ ନିକନେମ୍ ଦେଇଛନ୍ତି ଏବଂ ସେହି ନିକନେମରେ ହିଁ ସେମାନେ ପରସ୍ପରକୁ ଡାକିଥାନ୍ତି । ଦିଶାଙ୍କ ନିକନେମ୍ ‘ଡି’ ଏବଂ ଟାଇଗରଙ୍କ ନିକନେମ୍ ହେଉଛି ‘ଟିଗି’ । ନିକଟରେ ଦିଶା ଓ ଟାଇଗରଙ୍କ ସୋସିଆଲ୍ ଆକାଉଣ୍ଟ୍ ମାଧ୍ୟମରେ ଏହି ସିକ୍ରେଟ୍ ପଦାକୁ ଆସିଥିଲା ।

ତେବେ କଥା ହେଉଛି ନିକଟରେ ଦିଶାଙ୍କ ଜନ୍ମଦିନରେ ଟାଇଗର୍ ଏକ ଭିଡିଓ ସେୟାର୍ କରିଥିଲେ । ସେଥିରେ ଦିଶା ଓ ଟାଇଗର୍ ‘ବେଫିକ୍ରେ’ ଗୀତରେ ଡ୍ୟାନ୍ସ କରୁଥିଲେ । ଟାଇଗର୍ ଏହି ଭିଡିଓ ସେୟାର୍ କରିବା ସହିତ ଟାଇଗର୍ କ୍ୟାପସନରେ ଲେଖିଥିଲେ ‘ହାପି ବାର୍ଥ ଡେ’ ଡି’ । ଏହାର ରିପ୍ଲାଇ ଦେଇ ଦିଶା ଲେଖିଥିଲେ ‘ସୁକ୍ରିଆ ଟିଗି । ଆପ୍ ବହୁତ୍ ସ୍ୱିଟ୍ ହୋ’ । ଦିଶା ଓ ଟାଇଗରଙ୍କ ଏହି ପୋଷ୍ଟରୁ ସେମାନଙ୍କର ନିକନେମ୍ ଖବର ଜଣାପଡ଼ିଛି । ଅନେକ ବଲିଉଡ୍ ତାରକା ମଧ୍ୟ ଦିଶାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

Leave a Reply

Your email address will not be published.