ଜେଲ୍ ଗଲେ ଧଉଳି ଥାନା ଏଏସଆଇ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱର ଧଉଳି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ତୋଫାନ୍‌ ଗୁରୁ ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ବିଚାର ବିଭାଗୀୟ ହାଜତ(ଝାରପଡ଼ା ଜେଲ୍‌)କୁ ପଠାଇ ଦିଆଯାଇଛି ।

ଏବେ ତୋଫାନଙ୍କ ପାଇଁ ଅଡୁଆ ବଡିବାରେ ଲାଗିଛି । ତାଙ୍କର ସ୍ଥାବରଓ ଅସ୍ଥାବର ସମ୍ପତ୍ତିକୁ ପୋଲିସ ଯାଞ୍ଚ କରିଛି । ତାଙ୍କୁ ସସ୍‌ପେଣ୍ଡ କରାଯିବବୋଲି ସୂଚନା ମିଳିଛି ।ସୂଚନାଯୋଗ୍ୟ, ବୁଧବାର ଦିନ ଧଉଳି ଥାନା ଅଧିନରେ ଥିବା ଜୟପୁର ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ୨ ପକ୍ଷ ହାତାହାତି ହୋଇଥିଲେ । ଗାଁର ପ୍ରଶାନ୍ତ କୁମାର ସାହୁଓ ତାଙ୍କ ବାପାଙ୍କ ନାଁରେ କିଛି ଲୋକ ଥାନାରେ ଏତଲା ଦେଇଥିଲେ ।

Leave a Reply