ନୟାଗଡରେ ଠାବ ୫୦୦ ବର୍ଷ ତଳ ମନ୍ଦିରର ପୁନଃଉଦ୍ଧାର ଏବଂ ସ୍ଥାନାନ୍ତରଣ ପାଇଁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ମହାନଦୀ ଗର୍ଭରେ ୫ଶହ ବର୍ଷର ତଳର ଗୋପୀନାଥ ମନ୍ଦିର ଠାବ ପରେ ତତ୍ପରତା । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ଦିରର ପୁନଃଉଦ୍ଧାର ଏବଂ ସ୍ଥାନାନ୍ତରଣ ପାଇଁ ଚିଠି ଲେଖିଛନ୍ତି । ମନ୍ଦିରର ପୁନଃଉଦ୍ଧାର କାମ ପାଇଁ ASI ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।

ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନୟାଗଡ ଜିଲ୍ଲାର ମହାନଦୀରେ ୫୦୦ ବର୍ଷ ତଳର ଗୋପିନାଥ ମନ୍ଦିର ଦୃଶ୍ୟମାନ ହୋଇଛି । ଇଣ୍ଡିଆନ ନ୍ୟାସିନାଲ ଟ୍ରଷ୍ଟ ଆଣ୍ଡ କଲଚୁରାଲ ହେରିଟେଜ୍ (ଇନଟାକ୍‌) ଏହି ମନ୍ଦିରର ପରୀକ୍ଷଣ କରୁଥିବା ବେଳେ ଏହି ମନ୍ଦିର ପ୍ରମୁଖ ଐତିହାସିକ ମହତ୍ୱ ରହିଛି ।

ନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏହି ମନ୍ଦିରର ପ୍ରତିମା ନୟାଗଡ ପାଖ ପଦ୍ମାବତି ଗ୍ରାମର ବୈଦେଶ୍ୱର ନିକଟ ମହାନଦୀ ମଝିରେ ଠାବ ହୋଇଛି । ୫୫ ରୁ ୬୦ ଫୁଟ ଜଳମଗ୍ନ ଏହି ମନ୍ଦିର ଚୂଡର କାରୁକାର୍ଯ୍ୟ ଏବଂ ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀକୁ ବିଚାରକୁ ନେଲେ ମନ୍ଦିରଟି ୧୫ଶହ ଶତାବ୍ଦୀର ଶେଷ କିମ୍ବା ୧୬ଶହ ଶତାବ୍ଦୀର ପ୍ରାରମ୍ଭରେ ତିଆରି ହୋଇଥିବା ଜଣାପଡୁଛି । ୧୯୩୩ ମସିହାରେ ହୋଇଥିବା ବନ୍ୟାରେ ଏହି ମନ୍ଦିରଟି ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଆକଳନ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଏହି ମନ୍ଦିରର ଅଜ୍ଞାତ ଇତିହାସ, ସଂସ୍କୃତି ଏବଂ ଧାର୍ମିକ ମହତ୍ୱକୁ ଧ୍ୟାନରେ ରଖି ଓଡିଶାବାସୀଙ୍କ ପାଇଁ ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟ କରିବା ପାଇଁ ଓ ମନ୍ଦିରକୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।

Leave a Reply

Your email address will not be published.