ଧଳା ଜହର କାରବାର ଉପରେ ଲାଗିବ ରୋକ୍, ଏସଟିଏଫକୁ ଦିଆଗଲା ସ୍ୱତନ୍ତ୍ର ଦାୟିତ୍ୱ

କଟକ , (ଓଡିଶା ଟାଇମ୍) :ଡ୍ରଗ୍ସ କାରବାର ଉପରେ ଲାଗିବ ରୋକ୍ । ବନ୍ଦ ହେବ ବ୍ରାଉନ୍ ସୁଗାର ଚୋରା କାରବାର । ରାଜ୍ୟରେ ସରକାର ପ୍ରସ୍ତୁତ କରିଛନ୍ତି ନୂଆ ରଣନୀତି।  ଏଥିପାଇଁ ଏସଟିଏଫକୁ ସ୍ଵତନ୍ତ୍ର ଦାୟିତ୍ଵ ପ୍ରଦାନ କରାଯାଇଛି।

ଏସଟିଏଫରେ ଏବେ ନାର୍କୋଟିକ୍ସ ୟୁନିଟ୍ କାର୍ଯ୍ୟକାରୀ ହେବ। ଏଥିପାଇଁ ଜଣେ ଏସପି, ୩ ଡିଏସପିଙ୍କ ସହ ୨୭ଟି ନୂଆ ପୋଷ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଡ୍ରଗ୍ସ ଚୋରା କାରବାରକୁ ଦମନ ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୋଲିସ ଡିଜି ଅଭୟ କୃତଜ୍ଞତା  ଜ୍ଞାପନ କରିଛନ୍ତି ।

ପୋଲିସ ଡିଜି ଏସଟିଏଫକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଡ୍ରଗ୍ସ କାରବାର ରୋକିବାରେ ଏସଟିଏଫ୍ ବଡ଼ ଭୂମିକା ଗ୍ରହଣ କରିଛି। ତେବେ ଆଗକୁ ଡ୍ରଗ୍ସ କାରବାର ରୋକିବାକୁ ଆହୁରି ଦୃଢ ପଦକ୍ଷେପ ନେବୁ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।

Leave a Reply

Your email address will not be published.