ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ !

ପୁରୀ, (ଓଡିଶା ଟାଇମ୍) :ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସୁଲଭ ମୁଲ୍ୟରେ ନିର୍ମାଣ ହେବ ଭକ୍ତ ନିବାସ। ବାସେଳି ସାହି ଥାନା ନିକଟରେ ୩ରୁ ୪ ହଜାର ଭକ୍ତଙ୍କ ପାଇଁ ନିର୍ମାଣ ହେବ ଭକ୍ତ ନିବାସ।ଶହେ କିମ୍ବା ଦେଢ଼ ଶହ ଟଙ୍କାରେ ଭକ୍ତଙ୍କ ପାଇଁ ହେବ ରହଣୀ ବ୍ୟବସ୍ଥା ରହିଛି। ଭଙ୍ଗା ଯାଇଥିବା ୨ ଟି ମାର୍କେଟ କମ୍ପ୍ଲେକ୍ସର କାମ ଖୁବ ଶୀଘ୍ର ଶେଷ ହେବ। ଜେଲ୍‌ ରୋଡରେ ବହୁ ତଳ ପାର୍କିଂ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି କଲେ ମୁଖ୍ୟ ପ୍ରଶାସକ। ଏ ନେଇ ୧୦ ଏକର ଜାଗା ଚିହ୍ନଟ କରାଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏ ସଂପର୍କରେ ସୂଚନା ଦେଇଛନ୍ତି।  ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବ। ଏ ନେଇ ଶନିବାର ୫-ଟି ସଚିବ ଭି.କେ ପାଣ୍ଡିଆନ ପୁରୀ ଗସ୍ତ  କରିଛନ୍ତି। ପୁରୀ ବିକାଶ ଏବଂ ଆଗକୁ ଶ୍ରୀମନ୍ଦିର ଖୋଲିବା ନେଇ ଭି.କେ ପାଣ୍ଡିଆନ ସମୀକ୍ଷା କରିଛନ୍ତି। ୫-ଟି ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ୍ କୁମାର , ପୁରୀ ଜିଲ୍ଲାପାଳ ଓ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply