ହଟ୍ ସିଜିନରେ ଡେନିମ୍ ଟ୍ରାଏ କରନ୍ତୁ ଏବଂ ପାଆନ୍ତୁ ବଲିଉଡ୍ ତାରକାଙ୍କ ଭଳି କୁଲ୍ ଲୁକ୍

ଖରାଦିନରେ ସମସ୍ତେ ସୂତା ଓ ଢ଼ିଲା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି । ଯଦି ଏହି ଗରମରେ କାହାକୁ ଡେନିମ୍ ପିନ୍ଧିବାକୁ କୁହାଯାଏ, ତାହେଲେ ଭାବିଲେ ପରିସ୍ଥିତି କ’ଣ ହେବ । କିନ୍ତୁ ବଲିଉଡ୍ ତାରକାମାନେ ଏହି ହଟ୍ ସିଜିନରେ ଡେନିମ୍ ଜିନ୍ସ, ଜ୍ୟାକେଟ୍, ସ୍କଟ୍, କୂର୍ତ୍ତି ଓ ସାର୍ଟକୁ ବେଶ୍ ଷ୍ଟାଇଲିସ୍ ଅନ୍ଦାଜରେ ପିନ୍ଧିପାରିଛନ୍ତି ଏବଂ ତାକୁ ଦେଖି ପ୍ରଶଂସକ କହୁଛନ୍ତି ହଟ୍ ସିଜିନରେ କୁଲ୍ ଲୁକ୍ । ଯଦି ଆପଣ ମଧ୍ୟ ଏହି ଗରମରେ ନିଜକୁ ଏକ କୁଲ୍ ଲୁକ୍ ଦେବାକୁ ଚାହୁଁଛନ୍ତି, ତାହେଲେ ଜାଣିରଖନ୍ତୁ କିଛି ଟିପ୍ସ-
୧- ମେଟାଲିକ୍ ଡ୍ରେସ୍ ସହିତ କାଟ୍ରିନା କୈଫ୍ ସ୍ଲୋଗାନ୍ ଡେନିମ୍ ସାର୍ଟ କ୍ୟାରି କରିଛନ୍ତି । କୌଣସି ପାର୍ଟି କିମ୍ବା ନାଇଟ୍ ଡିନର୍ ପାଇଁ ଆପଣ ଏହି ମ୍ୟାଚିଙ୍ଗ୍ କରିପାରିବେ ।
୨- ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଡେନିମର ଢିଲା ପ୍ୟାଣ୍ଟ୍ ସହିତ ଲଙ୍ଗ୍ ଡେନିମ୍ ଜ୍ୟାକେଟ୍ କ୍ୟାରି କରି ଏହି ଗରମରୁ ଆପଣ ରକ୍ଷା ପାଇପାରିବେ । ଏହାକୁ ଆଉଟିଙ୍ଗ୍ କିମ୍ବା ଟାଭେଲିଙ୍ଗ୍ ପାଇଁ ଟ୍ରାଏ କରନ୍ତୁ ।
୩- ମେକ୍ସି ଗାଉନ ସହିତ ଡେନିମ୍ ଜ୍ୟାକେଟ୍ ଏକ ନିଆରା ଲୁକ୍ ଦେବ । ଆଲିଆ ଭଟ୍ଟଙ୍କ ଏହି କମ୍ବିନେସନକୁ ଆପଣ ବାର୍ଥ ଡେ ପାର୍ଟି କିମ୍ବା ସପିଙ୍ଗ୍ ଟାଇମରେ କ୍ୟାରି କରିପାରିବେ ।
୪- ଭୂମି ପେଡପେକରଙ୍କ ଭଳି ଫୁଲ୍ ସ୍ଲିଭ୍ ଟର୍ଟଲ୍ ନେକ୍ କ୍ରପ୍ ଟପ୍ ସହିତ ୱାଇଡ୍ ବଟମ୍ ରିପଡ୍ ଜିନ୍ସକୁ ଆପଣ କାଜୁଆଲ୍ ୱେର୍ ଭାବେ ପିନ୍ଧିପାରିବେ ।
୫- ପ୍ଲିଟେଡ୍ ଟିଲେନଥ୍ ସ୍କର୍ଟ ସହିତ ମାଧୁରି ଦିକ୍ଷିତ ବେସିକ୍ ଡେନିମ୍ ସାର୍ଟ କ୍ୟାରି କରିଛନ୍ତି । ଅଫିସ୍ ପାର୍ଟି ପାଇଁ ଏହାକୁ ଟ୍ରାଏ କରନ୍ତୁ ।
୬- ପ୍ରନୂତନ ବେହେଲ୍ ଢିଲା ପ୍ୟାଣ୍ଟ୍ ସହିତ ଡେନିମ୍ କୂର୍ତ୍ତି କ୍ୟାରି କରିଛନ୍ତି । ପରଫେକ୍ଟ ସମର ଲୁକ୍ ପାଇବାକୁ ହେଲେ ନିଶ୍ଚୟ ଏହାକୁ ଥରେ ଟ୍ରାଏ କରନ୍ତୁ ।
୭- ରିୟା ଚକ୍ରବର୍ତ୍ତିଙ୍କ ଭଳି ହ୍ୱାଇଟ୍ ସାର୍ଟ ଓ ରିପଡ୍ ଡେନିମ୍ ସ୍କଟ୍ ଓ ଷ୍ଟେଟମେଣ୍ଟ୍ ଫୁଟୱେୟାର୍ ଆପଣଙ୍କୁ ଏକ ନିଆରା ଲୁକ୍ ଦେବ ।
୮- ଦୀପିକା ୱାଇଡ୍ ଡେନିମ୍ ପ୍ୟାଣ୍ଟ୍ ସହିତ ସାର୍ଟ କ୍ୟାରି କରିଛନ୍ତି । ସମର୍ ଷ୍ଟାଇଲ୍ ଭାବରେ ଏହାକୁ କ୍ୟାରି କରିହେବ ।
୯- ରାଧିକା ଆପଟେଙ୍କ ଭଳି ଗ୍ଲାମରସ୍ ଲୁକ୍ ପାଇବାକୁ ହେଲେ ମିନି ଡେନିମ୍ ସ୍କର୍ଟ ଓ ପ୍ରିଣ୍ଟେଡ୍ ଟପ୍ ପିନ୍ଧନ୍ତୁ ।

Leave a Reply

Your email address will not be published.