‘ଦୟା ଆବେଦନ’ ଖାରଜ କଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ନିର୍ଭୟା ‘ଦୋଷୀ’ ମୁକେଶର ଦୟା ଆବେଦନକୁ ଖାରଜ କରିଦେଇଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର୍ (ଏଲଜି)। ଏଥିସହ ପିଟିସନକୁ ଗୃହ ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଛି। ଫଳରେ ଆଉମାତ୍ର ବାକି ରହିଲା ରାଷ୍ଟ୍ରପତିଙ୍କ ନିଷ୍ପତ୍ତି।

ଦୋଷୀ ମୁକେଶର ଦୟା ଆବେଦନକୁ ପ୍ରଥମେ ଦିଲ୍ଲୀ ସରକାର ଖାରଜ କରିଦେବା ସହ ଏଲଜିଙ୍କ ନିକଟକୁ ପଠାଇଥିଲେ। ଦିଲ୍ଲୀ ସରକାରଙ୍କ ଅନୁମୋଦନକୁ ଏଲଜି ଅନୀଲ ବୈଜଲ୍‌ ଗ୍ରହଣ କରିବା ସହ ନିଷ୍ପତ୍ତି ବଜାୟ ରଖିଛନ୍ତି। ତେବେ ମଧ୍ୟ ନିର୍ଭୟା ମାମଲାର ସମସ୍ତ ୪ ଦୋଷୀଙ୍କୁ ଆସନ୍ତା ୨୨ରେ ଫାଶୀ ହେବା ନେଇ ଦ୍ୱନ୍ଦ୍ୱ ଲାଗିରହିଛି।

 
 
 

Leave a Reply

Your email address will not be published.