ଓଡିଶାକୁ ସହଯୋଗର ହାତ ବଢାଇଲେ ଦିଲ୍ଲୀ ସରକାର

ଭୁବନେଶ୍ୱର,(ଓଡିଶା ଟାଇମ୍): ବାତ୍ୟା ଅମ୍ପନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଓଡିଶାକୁ ସହଯୋଗର ହାତ ବଢ଼ାଇଲେ ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପରିପ୍ରେକ୍ଷୀରେ ଟ୍ୱିଟ କରିଛନ୍ତି କେଜରିୱାଲ । ସଙ୍କଟ ସମୟରେ ଓଡ଼ିଶାବାସୀଙ୍କ ସହ ଅଛନ୍ତି ଦିଲ୍ଲୀବାସୀ । ଯେକୌଣସି ସହାୟତା ଯୋଗାଇବାକୁ ଦିଲ୍ଲୀ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଧନଜୀବନ ହାନି ସହ ବହୁ କ୍ଷୟକ୍ଷତି ଘଟାଇଛି ବାତ୍ୟା ଅମ୍ପନ । ତେଣୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ କେଜିରୱାଲ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଟି୍ୱଟ୍ ମାଧ୍ୟମରେ କହିଛନ୍ତି ।

Leave a Reply

Your email address will not be published.