‘ବିଜନେସ୍ ଅଫ୍ ଫ୍ୟାଶନ୍ ୫୦୦’ତାଲିକାରେ ଅଛନ୍ତି ଜଣେ ମାତ୍ର ଭାରତୀୟ ଅଭିନେତ୍ରୀ, ଜାଣନ୍ତୁ କିଏ

ବିଜନେସ୍ ଅଫ୍ ଫ୍ୟାଶନ୍ ଆଣ୍ଡ୍ ହାଇଲାଇଟ୍ ୫୦୦ ଅର୍ଥାତ୍ ‘ବିଓଏଫ୍ ୫୦୦’ ଆଜିର ସମୟରେ ବିଶ୍ୱସ୍ତରରେ ୨.୪ ଟ୍ରିଲିୟନ୍ ଡଲାରର ଫ୍ୟାଶନ୍ ଉଦ୍ୟୋଗ ଭାବେ ପରିଚିତ । ଏହାର ସଦସ୍ୟଙ୍କ ପକ୍ଷରୁ କରାଯାଇଥିବା ବିଶ୍ୱସ୍ତରୀୟ ସର୍ଭେରୁ ଫ୍ୟାଶନ୍ ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଫ୍ୟାଶନକୁ ଏକ ନୂଆ ଦିଗ ଦେଇଥିବା ଦକ୍ଷ ବ୍ୟକ୍ତିମାନଙ୍କ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ‘ବିଓଏଫ୍ ୫୦୦’ ନିଜର ୱେବସାଇଟରେ ୫୦୦ଜଣ ଦକ୍ଷ ଫ୍ୟାଶନ୍ ଆଇକନଙ୍କ ନାମ ତାଲିକା ପ୍ରକାଶ କରିଛି । ନାମ ସହିତ ତାଙ୍କର ବାୟୋଡାଟା ମଧ୍ୟ ପ୍ରକାଶ ପାଇଛି ।

ଏହି ତାଲିକାରେ ଅଛନ୍ତି ଜଣେ ମାତ୍ର ଭାରତୀୟ ଅଭିନେତ୍ରୀ । ସେହି ସୌଭାଗ୍ୟଶାଳୀ ନାୟିକା ହେଉଛନ୍ତି ଡିମ୍ପଲ୍ ଗାର୍ଲ ଦୀପିକା ପାଦୁକୋଣ୍ । ୨୦୧୯ର କାନ୍ସ ଉତ୍ସବରେ ଦୀପିକା ପିନ୍ଧିଥିବା ଗ୍ରୀନ୍ ରଙ୍ଗର୍ ଡ୍ରେସର ଫଟୋକୁ ଏହି ତାଲିକାରେ ସାମିଲ୍ କରାଯିବା ସହ ହାଇଏଷ୍ଟ୍ ପେଡ୍ ଅଭିନେତ୍ରୀ ଭାବେ ମଧ୍ୟ ତାଙ୍କର ବାୟୋଡାଟା ପ୍ରସ୍ତୁତ କରାଯାଇଛି । ଏହା ସହିତ ଆମେରିକାର ଭୋଗ୍ ମ୍ୟାଗେଜିନରେ କଭର୍ ପେଜରେ ଦୀପିକାଙ୍କ ଯେଉଁ ଫଟୋ ରହିଥିଲା, ତାହାକୁ ମଧ୍ୟ ଏଥିରେ ସାମିଲ୍ କରାଯାଇଛି । ଦୀପିକାଙ୍କ ସମ୍ପର୍କିତ ଏହି ଖୁସି ଖବର ସୋସିଆଲ୍ ମିଡିଆକୁ ଆସିବା ପରେ ପ୍ରଶଂସକଙ୍କ ପକ୍ଷରୁ ଶୁଭକାମନାର ସୁଅ ଛୁଟିଛି । The 1xBet promo code for new customers in India. This bonus code is the newest launched and provides new customers with 30% extra bonus on top of the standard 100% first deposit match offer. 1xBet is one of the world’s leading online betting sites with a large customer base in Asia and Europe as well as in other areas of the world, and serves over 400,000 gamblers every week.

Leave a Reply

Your email address will not be published.