ଓଡ଼ିଆଙ୍କୁ ଗର୍ବ: ଦେବବ୍ରତ ହେଲେ ଆର୍‌ବିଆଇ ଡିଜି

ନୂଆଦିଲ୍ଲୀ: ପୁଣି ଓଡ଼ିଶା ପାଇଁ ଗୌରବ ଆସିଛି । ଭାରତୀୟ ରିଜର୍ଭ ବ୍ୟାଙ୍କରେ ଜଣେ ଓଡ଼ିଆ ଅଧିକାରୀ ଡେପୁଟି ଗଭର୍ଣ୍ଣର ହୋଇଛନ୍ତି । ସେ ହେଉଛନ୍ତି ଆର୍‌ବିଆଇରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ମାଇକେଲ ଦେବବ୍ରତ ପାତ୍ର । ସେ କଟକର ମୂଳ ବାସିନ୍ଦା । ଆର୍‌ବିଆଇର ଏହି ସମ୍ମାନଜନକ ପଦବୀରେ ସେ ହେଉଛନ୍ତି ଚତୁର୍ଥ କିନ୍ତୁ ଆମ ରାଜ୍ୟ ପାଇଁ ଢେର୍ ସୁନାମ ସାଉଁଟିଛନ୍ତି । ବୀରାଲ ଆଚାର୍ଯ୍ୟଙ୍କ ପରେ ଗତ ଜୁଲାଇ ମାସରୁ ଏହି ପଦବୀ ଖାଲି ପଡ଼ିଥିଲା । ସେହି ସ୍ଥାନରେ ବରିଷ୍ଠ ଓଡ଼ିଆ ଅଧିକାରୀ ଅବସ୍ଥାପିତ ହୋଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପରେ ରେଭେନ୍ସାରେ ସ୍ନାତକୋତ୍ତର ସାରିଥିବା ଏହି ଦକ୍ଷ ଅଧିକାରୀଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ତଥା ଆଇଏମ୍‌ଏଫ୍‌ର ଜଣେ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।

ା ରିପୋର୍ଟ: ଏସ୍‌ପି ।

Leave a Reply

Your email address will not be published.