ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ କୋଭିଡ-୧୯ ଟିକା ପରୀକ୍ଷଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସେରମ୍ ଇନଷ୍ଟିଚ୍ୟୁଟ୍ ପୁଣି ଥରେ ଅକ୍ସଫୋର୍ଡ-୧୯ ଟିକା ପରୀକ୍ଷଣ ଆରମ୍ଭ କରିବ। ଡ୍ରଗ୍ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ଅନୁମତି କ୍ରମେ ପୁଣି ଆରମ୍ଭ ହେବ ଏହାର କ୍ଲିନିକାଲ ଟ୍ରାଏଲ। ଦ୍ବିତୀୟ ତଥା ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ କୌଣସି ସ୍ବେଚ୍ଛାସେବୀଙ୍କୁ ମନୋନୀତ ନ କରିବା ଆଦେଶକୁ ରଦ୍ଦ କରିଛନ୍ତି। ଟିକା ପରୀକ୍ଷା ସମୟରେ ଅତିରିକ୍ତ ଧ୍ୟାନ ଓ ଅନ୍ୟ ସର୍ତ ରଖିଛି ଡିଜିସିଆଇ। ଏସଆଇଆଇରୁ ଡିଜିସିଆଇ ବିପରୀତ ପରିସ୍ଥିତିକୁ ସାମ୍ନା କରିବା ପାଇଁ ନିୟମ ଅନୁସାରେ ଚିକିତ୍ସା ବାବଦରେ ତଥ୍ୟ ଏକତ୍ର କରିବାକୁ କହିଛି।

ପୂର୍ବରୁ ସେପ୍ଟେମ୍ବର ୧୧ରେ ଡିସିଜିଆଇ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ନିର୍ଦେଶ ଦେଇଥିଲା ଯେ କୋଭିଡ୍-୧୯ର ସମ୍ଭାବିତ ଟିକାର ଚିକିତ୍ସା ପ୍ରଣାଳୀ ଉପରେ ରୋକ ଲଗାଯାଉ। କାରଣ ଆଷ୍ଟ୍ରାଜେନେକାର ଅଧ୍ୟୟନରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ପଡିବାରୁ ଅନ୍ୟ ଦେଶରେ ପରୀକ୍ଷା ଉପରେ ରୋକ ଲଗାଯାଇଥିଲା।

Leave a Reply

Your email address will not be published.