କରୋନା ଆକ୍ରାନ୍ତ ଦାଉଦର୍‌ ମୃତ୍ୟୁକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ମୋଷ୍ଟ ୱାଣ୍ଟେଡ୍ ଡନ୍‌ ଦାଉଦ ଇବ୍ରାହିମର କରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ହୋଇଛି। ଭାରତ ଓ ପାକିସ୍ତାନ ସୋସିଆଲ ମିଡିଆରେ ଏବେ ଦାଉଦର ମୃତ୍ୟୁ ଖବର ଭାଇରଲ ହେଉଥିଲେ ହେଁ ଏ ନେଇ ସ୍ପଷ୍ଟ ଖବର ମିଳିପାରୁନାହିଁ। ସୂଚନା ଯୋଗ୍ୟଯେ ଦାଉଦ୍ ଓ ତା ପତ୍ନୀ ମହଜବିନ୍ କରୋନା ଆକ୍ରାନ୍ତ ହୋଇଥିବା ଶୁକ୍ରବାର ଜଣାପଡିଥିଲା। ସେମାନଙ୍କୁ କରାଚୀର କୌଣସି ଏକ ହସ୍ପିଟାଲରେ ରଖି ଚିକିତ୍ସାକରାଯାଉଥିବା ବେଳେ ଦାଉଦର ମୃତ୍ୟୁ ହୋଇଥିବା ଶନିବାର ପ୍ରଚାରିତ ହେଉଛି। ୧୯୯୩ରେ ହୋଇଥିବା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲେ ଅଣ୍ଡରୱାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍। ସାରା ଦୁନିଆ ଦାଉଦ୍‌ଙ୍କୁ ଜାଣିଛନ୍ତି। ହେଲେ ତାଙ୍କ ପରିବାର ସମ୍ପର୍କରେ ବହୁତ କମ୍‌ ଲୋକ ହୁଏତ ଜାଣିଥିବେ। କାହିଁକି ନା ସବୁବେଳେ ସେ ତାଙ୍କ ପରିବାରକୁ ଲୋକଙ୍କ ନଜରଠୁ ଦୂରେଇ ରଖିଛନ୍ତି।

Leave a Reply

Your email address will not be published.