କରାଚିରେ ଅଛି ଦାଉଦ ଇବ୍ରାହିମ୍‌; ମାନିଲା ପାକିସ୍ତାନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ମୋଷ୍ଟ ୱାଣ୍ଟେଡ୍ ଦାଉଦ୍ ଇବ୍ରାହିମ୍ ପାକିସ୍ତାନର କରାଚିରେ ଥିବା ନେଇ ମାନିଛି ପାକିସ୍ତାନ ସରକାର । ଯଦିଓ ପାକିସ୍ତାନ ଏନେଇ ବହୁବର୍ଷ ଧରି ଏହି କଥାକୁ ଅଗ୍ରାହ୍ୟ କରୁଥିଲା ।

ବିତ୍ତୀୟ ପ୍ରତିବନ୍ଧରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ସରକାର ୮୮ ଆତଙ୍କୀ ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇଛି । ଯେଉଁଥିରେ ଦାଉଦର ନାମ ମଧ୍ୟ ସାମିଲ ହୋଇଛି ।

ଖବର ଅନୁଯାୟୀ, ଆତଙ୍କୀ ସଙ୍ଗଠନ ଓ ସେମାନଙ୍କର ସମ୍ପତ୍ତି ବ୍ୟାଜାପ୍ତି କରିବା ସହିତ ତାଙ୍କର ବ୍ୟାଙ୍କ ଖାତାକୁ ସିଲ୍ କରିବା ଲାଗି ନିର୍ଦ୍ଦେଶ ଦେଇଛି । ଗତ ୨୦୧୮ ମସିହା ଜୁନରେ ଏଫଟିଏଫ୍ ଟିମ୍ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ପକାଇଥିଲା ।

ଏହାଛଡା ଇସଲାମବାଦ୍ କୁ ୨୦୧୯ ମସିହାର ଶେଷ ସୁଦ୍ଧା କାର୍ଯ୍ୟଯୋଜନା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ହେଲେ କରୋନା ମହାମାରୀ ଯୋଗୁଁ ଏଥିରେ ବିଳମ୍ବ ଘଟିଥିଲା ।

ଏନଡିଟିଭିର ରିପୋର୍ଟ ମୁତାବକ ସରକାର ଅଗଷ୍ଟ ୧୮ ତାରିଖରେ ଦୁଇଟି ଅଧିସୂଚନା ଜାରି କରି ୨୬/୧୧ ମୁମ୍ବାଇ ବୋମା ବିସ୍ଫୋରଣ ଆକ୍ରମଣର ଷଡଯନ୍ତ୍ରକାରୀ ଏବଂ ଜମାତ-ଉଦ-ଦାବାର ସରଗନ ସଇଦ, ଜୈଶ-ଏ-ମହମ୍ମଦର ପ୍ରମୁଖ ଅଜହର ଏବଂ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଉପରେ ପ୍ରତିବନ୍ଧ ଘୋଷଣା କରିଛନ୍ତି ।

ସେହିପରି ପାକିସ୍ତାନୀ ସମାଚାର ପତ୍ର ‘ଦ ନ୍ୟୁଜ’ର ଖବର ମୁତାବକ ପାକିସ୍ତାନ ସରକାର ନିକଟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି) ଦ୍ୱାରା ଜାରି ନୂଅ ସୂଚୀର ଅନୁପାଳନ କରି ଆତଙ୍କବାଦୀ ସମୁହର ୮୮ ସଙ୍ଗଠନ ଓ ସଦସ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି ।

ଏହି ପ୍ରତିବନ୍ଧକ ଜମାତ-ଉଦ-ଦାବା, ଜୈଶ-ଏ-ମହମ୍ମଦ, ତାଲିବାନ, ଦାଏଶ, ହକ୍କାନୀ ସଙ୍ଗଠନ, ଅଲକାଏଦା ଓ ଅନ୍ୟମାନେ ରହିଛନ୍ତି ।

 

Leave a Reply

Your email address will not be published.