ଦାମ ଗଢ଼ିବେ ନୂଆ ଦଳ, ବିଜୁବାବୁଙ୍କ ଆଦର୍ଶ ହେବ ମେରୁଦଣ୍ଡ

0
9

ଭୁବନେଶ୍ଵର, (ଓଟି): ବିଜେଡିରୁ ବିତାଡ଼ିତ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ବିଜେଡି ବିରୋଧରେ ନୂଆ ଆଞ୍ଚଳିକ ଦଳ ଗଢ଼ିବେ। ବିଜେଡି ଦ୍ଵାରା ରାଜ୍ୟରେ ଚାଲିଥିବା ସାରକର, ଦୁର୍ନୀତିଗ୍ରସ୍ତ ବୋଲି ଲୋକଙ୍କୁ ଜଣାଇବା ସହ ଏହି ରାଜନୀତିକ ଦଳ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଦେବ। ଆସନ୍ତା ଶୁକ୍ରବାର ଓ ଶନିବରେ ଦିନ ଏଥିନେଇ ଏକ ସାଂଗଠନିକ ବୈଠକ ବସିବ। ଯେଉଁଥିରେ ବିଭିନ୍ନ ବର୍ଗର ନବୀନ ବିରୋଧୀ ନେତା ସାମିଲ୍‌ ହେବେ। ବିଜୁବାବୁଙ୍କ ଆଦର୍ଶକୁ ଆଧାର କରି ଏହି ଦଳ ଗଢ଼ାଯିବ ବୋଲି ଡା. ରାଉତ ସୂଚନା ଦେଇଥିଲେ ମଧ୍ୟ ସେଥିରେ କିଏ ରହିବେ ବା ନରିବେ ସେଥିନେଇ କୌଣସି ସୂଚନା ଦିଆଯାଇ ନାହିଁ।

ରବିବାର କିମ୍ବା ସୋମବାରଦିନ ଏ ବାବଦରେ ବିଧିବଦ୍ଧ ଘୋଷଣା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଦିଆଯିବ ବୋଲି ଡା. ରାଉତ କହିଛନ୍ତି। ପୁଣି ଏହି ଦଳ ଅନ୍ୟ କୌଣସି ଦଳ ମେଣ୍ଟ କରିବ ନାହିଁ ବୋଲି ସେ କହିଛନ୍ତି।

ଡା. ରାଉତ ପୂର୍ବରୁ ନିଜ ନେତୃତ୍ଵରେ କୌଣସି ଆଞ୍ଚଳିକ ଦଳ ଗଢ଼ି ନଥିଲେ ମଧ୍ୟ ବିଜୁ ବିଚାର ମଞ୍ଚ ଭଳି ସାମ୍ମୁଖ୍ୟ ଗଠନ କରି ପୂର୍ବରୁ ବିଜେଡିର ମୁଣ୍ଡବିନ୍ଧା କାରଣ ହୋଇଥିଲେ। ଅନ୍ୟପକ୍ଷରେ ବିଜୁ ଜନତା ଦଳକୁ ପୂର୍ବରୁ ଗେଣ୍ଡାଦଳ ବୋଲି କହୁଥିବା ଡା. ରାଉତ ଏବେ ଏକ ଆଞ୍ଚଳିକ ଦଳ ଗଠନ ନେଇ ସୂଚନା ଦେଇଥିବାରୁ ଏହା ଏକ ଭିନ୍ନ ରାଜନୀତିକ ସମୀକରଣ ସୃଷ୍ଟି କରିବା ସମ୍ଭାବନା ରହିଛି। ତେବେ ଏଥିରେ କେଉଁମାନେ ଯୋଗ ଦେବେ ସେ ନେଇ କୌଣସି ସୂଚନା ମିଳି ନାହିଁ। ବିଜେଡିରୁ ବିତାଡ଼ିତ ନେତା ବୈଜୟନ୍ତ ପଣ୍ଡା ଏଥିରେ ଯୋଗ ଦେଇ ପାରନ୍ତି ବୋଲି ମଧ୍ୟ ଚର୍ଚା ହେଉଛି।

ପ୍ରଶ୍ନ ଉଠୁଛି ଏ ରାଜନୀତିକ ଦଳର ଭବିଷ୍ୟତ କ’ଣ ହେବ? ଗୋଟିଏ ନିର୍ବାଚନ ପରେ ଏହା ସୁପ୍ତ ହୋଇପଡ଼ିବ ନା ଜନମତକୁ ସଂଗଠିତ କରିବାରେ ସମର୍ଥ ହେବ?

Loading...