ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ଦାମ, କହିଲେ ଓଡ଼ିଆ ଜାଣି ନାହାନ୍ତି ବୋଲି ନବୀନ ଚାଷୀଙ୍କ ବାଟ ଓଗାଳୁଛନ୍ତି

0
119

ଭୁବନେଶ୍ଵର, (ଓଟି): ଚାଷୀ ଆନ୍ଦୋଳନକୁ ସରକାର ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ଡ. ଦାମୋଦର ରାଉତ। ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, ‘ଚାଷୀ ହସିଲେ ରାଜ୍ୟ ହସିବ’ ସରକାର କେବଳ ପ୍ରଚାର କରି ଚାଲିଛନ୍ତି । ସୌଭାଗ୍ୟବଶତଃ ନବନିର୍ମାଣ କୃଷକ ସଂଗଠନ ଅବହେଳିତ, ନିର୍ଯାତିତ, ଅଭାବଗ୍ରସ୍ତ ଏବଂ ନାନା ଭାବରେ ଶୋଷିତ ଚାଷୀମାନଙ୍କୁ ସଂଗଠିତ କରିପାରିଛନ୍ତି । ଆଜି ଏହି ସଂଗଠନ ନତୃତ୍ୱରେ ହଜାର ହଜାର ଚାଷୀ ନିଜର ଦୁଃଖ ଜଣାଇବାକୁ ରାଜଧାନୀକୁ ଆସିବାବେଳେ ସେମାନଙ୍କ ବାଟ ବନ୍ଦ କରି ଦିଆଯାଉଛି । ପ୍ରତିବାଦର ସ୍ୱର ଯେଭଳି ଶୁଣା ନଯିବ ସେମାନଙ୍କର କଣ୍ଠରୋଧ କରାଯାଉଛି ।

କେବଳ କୃଷକ ସଂଗଠନ ନୁହଁନ୍ତି, ଶିକ୍ଷକଙ୍କଠାରୁ ଓକିଲଙ୍କ ଯାଏ ରାଜ୍ୟରେ ଆନ୍ଦୋଳନ କରୁଛନ୍ତି। ଆଉ ସରକାର ତାହାକୁ ଭଣ୍ଠୁର କରିବା ପଛରେ ଲାଗିଛନ୍ତି। ଖାଲି ସେତିକି ନୁହେଁ ଏଠାରେ ଗଣମାଧ୍‌ୟମର କଣ୍ଠରୋଧ କରକାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ ଏବେ ଆମ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଗଣମାଧ୍ୟମ ଏବଂ ବିଭିନ୍ନ ଗଣ ସଂଗଠନର କଣ୍ଠରୋଧ କରିବା ଯେଉଁ କୁତ୍ସିତ ପନ୍ଥା ଆପଣେଇ ନଇଛନ୍ତି ସେଥିରେ ଶାସକଦଳ ତଥା ରାଜ୍ୟ ସରକାର ନିଜର ସମାଧି ଖୋଳୁଛିନ୍ତି’।

ଏଇ ସରକାର ଶିକ୍ଷକମାନଙ୍କର ନ୍ୟୟଭିତ୍ତିକ ଦାବିପ୍ରତି ସମ୍ବେଦନଶୀଳତା ପରିହାର କରି ରାଜରାସ୍ତାରେ ବିକ୍ଷୋଭରକାରୀ ଶିକ୍ଷକମାନଙ୍କୁ ଲାଠିରେ ଜବାବ୍‌ ଦେଲେ । ସେହିଭଳି ସଂପ୍ରତି ସହ ସହ ମାଇଲ ଅତିକ୍ରମ କରି ରାଜଧାନୀକୁ ଆସୁଥିବା ନବନିର୍ମାଣ କୃଷକ ସଂଗଠନର ହଜାର ହଜାର ଚାଷୀଙ୍କୁ ଜାତୀୟ ରାଜପଥ ଦେଇ ରାଜଧାନୀର ପ୍ରବେଶ ପଥକୁ ନିଷେଧ କରି ରାଜପଥରେ ୧୪୪ ଧାରା ଜାରି କରିଛନ୍ତି । ଏପରି ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ। କେବଳ ଏଇଠଶରେ ହିଁ ଘଟୁଛି। 

ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ। କୃଷି ହେଉଛି ଆମର ବୃତ୍ତି । କୃଷି କ୍ଷେତ୍ରରେ ନିଯୁକ୍ତ ଚାଷୀ ପରିବାରଙ୍କ ମଧ୍ୟରୁ ୮୨% ହେଉଛନ୍ତି କ୍ଷୁଦ୍ର ବା ନାମମାତ୍ର ଚାଷୀ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାଗ ଚାଷୀ । ଓଡ଼ିଶାରେ ଭାଗ ଚାଷୀଙ୍କ ସମସ୍ୟା ଅତ୍ୟନ୍ତ ଦୟନୀୟ । ଆଜି ବି ଶହଶହ ଏକର ଚାଷ ଜମିର ମାଲିକମାନେ ଭାଗଚାଷୀଙ୍କୁ ଶୋଷଣ କରୁଛନ୍ତି । ମାତ୍ର ଓଡ଼ିଶା ହେଉଛି ଗୋଟିିଏ ରାଜ୍ୟ ଯେଉଁଠି କୃଷକକୁ ନେଇ ବାରମାସରେ ତେର ପର୍ବ ପାଳିତ ହୁଏ । ହଜାର ହଜାର ବର୍ଷ ଧରି ଆମର କୃଷିକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସାଙ୍ଗରେ ଯୋଡି ଦିଆଯାଇଛି । ଆମ ରାଜ୍ୟରେ ସାଧାରଣ ଲୋକମାନଙ୍କର ବୃତ୍ତି ହେଉଛି କୃଷି ଏବଂ ଜଗନ୍ନାଥ ସଂସ୍କୃତି । 

ତେବେ ରାଜ୍ୟ ଶାସନର ମୁଖ୍ୟ ନବୀନ ପଟ୍ଟନାୟକ ଏକଥା ଜାଣନ୍ତି ନହିଁ କି, ଓଡିଆ ଭାଷା ଜାଣନ୍ତି ନାହିଁ । ଭାଷା ଜାଣି ନଥିବାରୁ ସେ  ଧାରଣଲୋକଙ୍କ ଭାବ ବଝୁନ୍ତିନାହିଁ । କେତେଜଣ ଅଣ ଓଡଅିା ପଦାଧକିାରୀ ଏବଂ ସମ୍ପତ୍ତିପାଇଁ ରାଜନୀତିକରୁ ଥିବା ହାତଗଣତି, ତ ଯୁବ ବିଧାୟକଙ୍କ ପରାମର୍ଶରେ ନବୀନ ଶାସନ କରୁଛନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରୁଥିବା କୃଷକ ଜାତିକୁ ଖାଦ୍ୟ ଯୋଗାଉଥିବା ବେଳେ ସେମାନଙ୍କ ପାଇଁ ସ୍ୱୀକୃତି ନାହିଁ, ସମ୍ମାନ ନାହିଁ କିମ୍ବା ସେମାନେ କଠିନ ପରିଶ୍ରମ କରି ଉତ୍ପାଦନ କରୁଥିବା କୃଷିଜାତ ଦ୍ରବ୍ୟକୁ ଲାଭଜନକ ମୂଲ୍ୟ ମିଳେନାହିଁ । ରାଜନେତା, ନିର୍ମାଣ ଶ୍ରମିକ, ସରକାରୀ କର୍ମଚାରୀ ପେନ୍‌ସନ୍‌ ପଉଥିବା ବେଳେ ବୟସ୍କ ଚାଷୀ ଅର୍ଦ୍ଧାହାର, ଅନାହାର ଓ ରୋଗ ବ୍ୟାଧିରେ ସଢୁଛି । କିନ୍ତୁ ସେମାନଙ୍କ ପାଇଁ ପେନ୍‌ସନ୍‌ ନାହିଁ ।

ବିଜ୍ଞାପନ ଓ ପରିସଂଖ୍ୟାନ ଯାଦୁ

କେବଳ ପରିସଂଖ୍ୟାନର ଯାଦୁ, ସୋସିଆଲ ମିଡିଆରେ ମନଲୋଭା ପ୍ରଚାର ଶହଶହ କୋଟି ଟଙ୍କା ବ୍ୟୟରେ ଅସତ୍ୟ ତଥ୍ୟକୁ ସତ୍ୟ ପ୍ରତିପାଦିତ କରି ବିଜ୍ଞାପନ ପ୍ରଚାରରେ ସରକାର ଆତ୍ମସନ୍ତୋଷ ଲାଭ କରଛୁନ୍ତି । ଚାଷ ଜମିକୁ ପାଣି ଦେବା ଆଳରେ ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ଦିନକୁ ଦିନ ଜଳସେଚିତ ଜମିର ପରିମାଣ କମିବାରେ ଲାଗିଛି । ଅଥଚ ପ୍ରତିବର୍ଷ ୨୫% ଜଳସେଚନ ବୃଦ୍ଧି କରୁଛନ୍ତି ବୋଲି ସରକାର ଘୋଷଣା କରୁଥିବା ଡା. ରାଉତ କହିଛନ୍ତି। 

ଏବେ ରାଜ୍ୟରେ ଶିକ୍ଷିତ, ଉଚ୍ଚଶିକ୍ଷିତ, ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ୬୦ଲକ୍ଷରୁ ଉଦ୍ଧ୍ୱ, ସେମାନଙ୍କ ନିଯୁକ୍ତି ନାହିଁ। ବିଜୁ ଯୁବବାହିନୀ ‘ମୁଁ ହିରୋ ମୁଁ ଓଡିଶା’ ଭଳି ଅବାସ୍ତବ ଯୋଜନାରେ ସେମାନଙ୍କୁ ଖତମ କରି ଦିଆଯାଉଛି । ଅବକାରୀ ରାଜସ୍ୱ ବୃଦ୍ଧି ବାହାନାରେ ସାରା ରାଜ୍ୟରେ ମଦ ସଂପ୍ରସାରଣ କରାଯାଉଛି । ୨୦୦୦ ମସିହାରେ ରାଜ୍ୟରେ ଅବକାରୀ ରାଜସ୍ୱ ୧୩୫ କୋଟି ଥିବାବେଳେ ଚଳିତ ବର୍ଷ ଏହା ୩ହଜାର ୩କୋଟିିରେ ପହଞ୍ଚିଛି । ଏହିଭଳି ଅବାସ୍ତବ ଏବଂ ଅସତ୍ୟ, ପ୍ରଚାରସର୍ବସ୍ୱ ରାଜ୍ୟସରକାର ସବୁ ବର୍ଗର ସଂଗଠିତ, ଅଣସଂଗଠିତ ସଂଗଠନର ପଥରୋଧ ଏବଂ କଣ୍ଠରୋଧ କରୁଛନ୍ତି। ତାର ନଗ୍ନ ଉଦାହରଣ ହେଉଛି ଆଜିର ନବନିର୍ମାଣ କୃଷକ ସଂଗଠନର ପଥରୋଧ ଏବଂ କଣ୍ଠରୋଧ ଏଥିପ୍ରତି ରାଜ୍ୟରେ ଜନଜାଗରଣ ଜରୁରୀ ହୋଇ ପଡିଛି । ସେହି ଦୃଷ୍ଟିରୁ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନଙ୍କୁ ସେ ସାଧୁବାଦ ଦେଉଥଆବା କହିଛନ୍ତି 

Loading...