ମେଷ
ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି ।
ବୃଷ
ଆଶାବାଦୀ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ମିତ୍ର ସୁଖ ଲାଭ କରିବୋ ଧନାଗମ ହେବ ।
ମିଥୁନ
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ରୋଜଗାର ଆଶାନୁରୂପ ହେବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟ ପାଇଁ ଉଦ୍ୟମ କରିବେ ।
କର୍କଟ
ଗୃହ କର୍ମରେ ନିୟୋଜିତ ହେବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଖର୍ଚ୍ଚାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ ।
ସିଂହ
ଆୟ ବୃଦ୍ଧିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହମତି ମିଳିବ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତିା ବ୍ୟବସାୟ ଲାଭଜନକ ହେବ । ସରକାରୀ ଅର୍ଥ ମିଳିବ ।
ତୁଳା
ଭାଗ୍ୟବାନ ହୋଇପାରନ୍ତି । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଉଦ୍ୟୋଗୀ ହେବେ । ଧର୍ମାତ୍ମା,ବିଦ୍ୱାନ, ସାହାସୀ ହୋଇପାରନ୍ତି ।
ବିଛା
ଭ୍ରମଣାଦିରେ ଶାନ୍ତି ମିଳିବ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଈର୍ଷା ପରିତ୍ୟାଗ କଲେ ଆଦରଣୀୟ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିବ ।
ଧନୁ
ଅତିଭାବରେ ଗୌର ନଷ୍ଟ ଭଳି ସମସ୍ୟା ଉପୁଜି ପାରେ । ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।
ମକର
ବିବାଦୀୟ ଘଟଣାରେ ସାମୟିକ ବିବ୍ରତ ହୋଇପାରନ୍ତି । ସଂଯମୀ ହେବେ । ନେତ୍ରପୀଡା ଉପୁଜିପାରେ । ସୁସ୍ଥ ଓ ବଳବାନ୍ ହେବେ । ଚାକିରିରେ ସୁନାମ ଅର୍ଜନ କରିବେ ।
କୁମ୍ଭ
ଦିନ ଭିତରେ ଅଧିକାଂଶ ସମୟ ନୀରବ ଭାବ ପ୍ରଦର୍ଶନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।
ମୀନ
ଯେମିତି ଚାହିଁବେ ସେହିଭଳି କାର୍ଯ୍ୟ ଚାଲିପାରେ । କେତେକ କ୍ଷେତ୍ରରେ ମାନ-ଅଭିମାନ ଉପୁଜିପାରେ । ଉଦାର ସ୍ୱଭାବର ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।
ପ୍ରସ୍ତୁତି: ତ୍ରିନନ୍ଦନ ମିଶ୍ର, ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞ