ମାଡିଆସୁଛି ସାମୁଦ୍ରିକ ବାତ୍ୟା ପାବୁକ


ଭୁବନେଶ୍ୱର,(ଓଟି): ପୁଣି ଏକ ବାତ୍ୟା ପାବୁକ ନାମରେ ମାଡ଼ି ଆସୁଛି । ଏହା ଏବେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟରଠାରୁ ୧୫ଶହ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ ଦକ୍ଷିଣ ଚୀନ ସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି । ଏହା ଧୀରେ ଧୀରେ ବଙ୍ଗୋପସାଗର ଆଡକୁ ଅଗ୍ରଗତି କରୁଛି ।

ଏହା ୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ପହଞ୍ଚିବା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ବାତ୍ୟା ପ୍ରଭାବରେ ଆସନ୍ତା କାଲିଠାରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଆଣ୍ଡାମାନ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।

ଏହା ପରେ ୭-୮ ତାରିଖ ଆଡକୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଓ ମିଆଁମାର ଆଡକୁ ଗତି କରିବାର ସମ୍ଭାବନା ରହିଛି । ତେବେ ଏହା ଓଡ଼ିଶା ଉପକୂଳଆଡକୁ ଆସିବା ସମ୍ଭାବନା କମ ବୋଲି ପାଣିପାଗ ବିଭାଗ କହିଛି ।

Leave a Reply

Your email address will not be published.