କମ୍ ସମୟ ମଧ୍ୟରେ କମ୍ ପରିଶ୍ରମରେ ପ୍ରସ୍ତୁତ କରନ୍ତୁ ‘କଷ୍ଟାର୍ଡ ହାଲୱା’

(ଓଡିଶା ଟାଇମ୍) :ଭାରତର ବହୁ ସ୍ଥାନରେ ହାଲୱାକୁ ପ୍ରମୁଖ ଖାଦ୍ୟ ଭାବରେ ଗ୍ରହଣ କରାଯାଏ। ବିଶେଷ କରି ଉତ୍ତର ଭାରତରେ। ଦୀପାବଳୀ ହେଉ କିମ୍ବା ରକ୍ଷା ବନ୍ଧନ ହାଲୱା ମୁଖ୍ୟ ଭୂମିକା ଗ୍ରହଣ କରେ। ଯେପରିକି ସୁଜି ହାଲୱା, କଖାରୁ ଏବଂ ଲାଓ ହାଲୱା, ଅଟା ହାଲୱା। ତେବେ କଣ ଆପଣ କେବେ କଷ୍ଟାର୍ଡ ହାଲୱା କେବେ ଖାଇଛନ୍ତି? ଆମେ ଆଜି ଆପଣଙ୍କୁ କଷ୍ଟାର୍ଡ ହାଲୱାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ କହିବୁ।

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ- ୧କପ୍ କଷ୍ଟାର୍ଡ ପାଉଡର, ୩କପ୍ ଚିନି, ୪କପ୍ ପାଣି, ୨୦ କାଜୁ, ୪ଚାମଚ ଘିଅ।

ବିଧି- ଏକ ପାତ୍ରରେ କିଛି କଷ୍ଟାର୍ଡ ପାଉଡର ଆଣନ୍ତୁ। ଏଥିରେ ପାଣି ଏବଂ ଚିନି ମିଶାନ୍ତୁ। ଏବେ ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ। ଗ୍ୟାସକୁ ମଧ୍ୟମ ଆଞ୍ଚରେ ଅନ କରନ୍ତୁ। ମିଶ୍ରଣକୁ ଏଥିରେ ଢାଳି ଦିଅନ୍ତୁ। ମଝିରେ ମଝିରେ କିଛି କିଛି ଘିଅ ମିଶାନ୍ତୁ। କିଛି ସମୟ ପରେ ମିଶ୍ରଣଟି ଗାଢା ହୋଇଯିବ। ଏହାପରେ ଏଥିରେ କାଜୁ ଢାଳି ମିକ୍ସ କରନ୍ତୁ। କିଛି ସମୟ ପରେ ଆପଣଙ୍କର କଷ୍ଟାର୍ଡ ହାଲୱା ପ୍ରସ୍ତୁତ ହୋଇଯିବ। ଏହାପରେ ଏହାକୁ ବାହାର କରି ଫ୍ରିଜରେ ରଖି ଦିଅନ୍ତୁ। ଥଣ୍ଡା ହୋଇ ଗଲାପରେ ଆପଣ ଏହାକୁ ସଜାଇବା ପାଇଁ ଛୋଟ ଛୋଟ ଟୁକୁଡା କରି କାଟି ପରଷି ପାରିବେ।

 

Leave a Reply

Your email address will not be published.