ଯଦି ମାଇଗ୍ରେନ ସମସ୍ୟା ଥାଏ ତେବେ ପ୍ରତିଦିନ କଳା ଜିରା ତେଲ ମଥାରେ ଲଗାନ୍ତୁ । ଯଦି ଦାନ୍ତ ବିନ୍ଧା ହୁଏ ତେବେ ଗରମ ପାଣିରେ କଳା ଜିରା ତେଲର କିଛି ବୁନ୍ଦା ମିଶାଇ କୁଳି କଲେ ବିନ୍ଧା କମିଥାଏ ।

ଡାଇରିୟା, ଆସିଡିଟି, ପେଟ କାଟିବା, ପେଟରେ କୃମି ଜନିତ ସମସ୍ୟାର ମଧ୍ୟ ସମାଧାନ କରିଥାଏ । ଯଦି ଏଭଳି ସମସ୍ୟା ଥାଏ ତେବେ କିଛି କଳା ଜିରା ଖାଇ ନିଅନ୍ତୁ ଉପଶମ ମିଳିବ ।

ଯଦି ଘା କିମ୍ବା ଛୋଟ କ୍ଷତ ହୁଏ ତେବେ କଳା ଜିରା ଗୁଣ୍ଡ ଲେପ ଦିଅନ୍ତୁ । ଏହା ଦ୍ୱାରା ଖୁବ୍ ଶୀଘ୍ର କ୍ଷତ ଠିକ୍ ହୋଇଯିବ । ଆଂଟିବ୍ୟାକ୍ଟେରିୟାଲ ଗୁଣ କାରଣରୁ ସଂକ୍ରମଣ ହେବାରୁ ମଧ୍ୟ ରୋକିଥାଏ ।

ଜିରା ସେବନ କରିବା ଦ୍ୱାରା ଇମ୍ୟୁନି ସିଷ୍ଟମ ଠିକ୍ ରୁହେ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଏହା ଦ୍ୱାରା ଥକା ଲାଗେ ନାହିଁ ।

କଳା ଜିରା ପିଇବା ଦ୍ୱାରା ଓଜନ ହ୍ରାସ ହୁଏ ଏବଂ ଶକ୍ତି ମିଳେ । ଜିରାରେ ବହୁ ମାତ୍ରାରେ ଆଇରନ ରହିଥାଏ । ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।