ଶାରଳା ଓ ଭଗବତୀଙ୍କ ପୀଠରେ ଧାରା ୧୪୪ ଲାଗୁ

ଭୁବନେଶ୍ଵର, (ଓଟି): ଜଗତସିଂହପୁରର ଦୁଇ ଶକ୍ତି ପୀଠରେ ଧାରା ୧୪୪ ଲାଗୁ କରାଯାଇଛି। ଏହି ଆଦେଶ ୧୨ ତାରିଖରୁ ୧୪ ତାରିଖ ଯାଏ ବଳବତ୍ତର ରହିବ। ଏହି ଦୁଇ ଶକ୍ତି ପୀଠ ହେଉଛି କନକପୁରର ମା’ ଶାରଳା ମନ୍ଦିର ଏବଂ ବାଲିକୁଦା ମା’ ଭଗବତୀ ମନ୍ଦିର। ବର୍ତ୍ତମାନ ଯେଉଁ ପ୍ରକାରେ କରୋନା ଭୁତାଣୁ ସାରା ଦେଶରେ ତାଣ୍ଡବ ଦେଖାଉଛି ତାହାକୁ ଆଖି ଆଗରେ ରଖି ଏହି ଦୁଇ ଶକ୍ତି ପୀଠରେ ଗହଳି ଏଡ଼ାଇବା ଲାଗି ଭାରତୀୟ ସିଆର୍‌ପିସିର ଧାରା ୧୪୪ ଲାଗୁ କରାଯାଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦର୍ଶାଇଛନ୍ତି।

ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ, ଏହି ଧାରା ଅନୁସାରେ ସମ୍ପୃକ୍ତ ସ୍ଥାନ ଦ୍ଵୟରେ ୪ରୁ ଅଧିକ ଲୋକଙ୍କ ସମାଗମ ବେଆଇନ ଅଟେ। ସାମାଜିକ ଉତ୍ସବ ଓ ପର୍ବ ପର୍ବାଣୀ ପାଳନରେ ବି ପ୍ରତିବନ୍ଧକ ରହିଛି।

ପଣାସଂକ୍ରାନ୍ତି ଅବସରରେ ଏଡି ଦୁଇ ପୀଠରେ ଝାମୁ ଯାତଆ ମହା ଆଡ଼ମ୍ବରରେ ପାଳନ କରାଯାଇ ଥାଏ। ଏବର୍ଷ ଏହି ଆଦେଶ ଲାଗୁ କରାଯିବା ହେତୁ ଝାମୁ ଯାତ୍ରା ଫିକା ପଡ଼ିବା ଆଶଙ୍କା ରହିଛି।

Leave a Reply

Your email address will not be published.