ଦେଶରେ ୨୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ସର୍ବାଧିକ ୬୫ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ, ୯୯୬ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୫ ଲକ୍ଷ ୨୬ ହଜାର ୧୯୩ରୁ ଅଧିକ ଟପିଛି।

ଗତ ୨୪ ଘଣ୍ଟାରେ ସର୍ବାଧିକ ୬୫,୦୦୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୯୬ ଜଣଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ ଆକ୍ଟିଭ୍ କେସ୍ ୬,୬୮,୨୨୦ ରହିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯,୦୩୬ରେ ପହଞ୍ଚିଛି।

ଏହା ବ୍ୟତୀତ ୧୮ ଲକ୍ଷ ୦୮ ହଜାର ୯୩୭ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ବିଶ୍ୱରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨,୧୧,୫୯,୭୩୦ରେ ରହିଛି।

ଜନ ହପକିନ୍ସ ଯୁନିଭର୍ସିଟିର ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରାୟ ୧୮୮ରୁ ଅଧିକ ଦେଶକୁ କରୋନା ଭାଇରସ୍ ବ୍ୟାପିଥିବା ବେଳେ ଏହାର ସଂକ୍ରମଣରେ ଏଯାବତ୍ ପ୍ରାୟ ୭ ଲକ୍ଷ ୬୪ ହଜାର ୬୮୩ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

Leave a Reply