ମରଣ ବେଳେ ବି ରାଜନୀତି: ଆୟୁଷ୍ମାନ ଯୋଜନାକୁ ନେଇ ବିଜେପି-ବିଜେଡି ଛକାପଞ୍ଝା

ଭୁବନେଶ୍ଵର, (ଓଟି): ମରଣ ଦୁଆର ମୁହଁରେ ବୋଲି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଯାଏ ସମସ୍ତେ ନାଗରିକଙ୍କୁ ସତର୍କ କରାଉଛନ୍ତି। ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇ ଚାରିଆଡ଼େ #lockdown ଘୋଷଣା କରାଯାଇଛି। କିନ୍ତୁ ରାଜ୍ୟରେ ବିଜେପି-ବିଜେଡି ଭିତରେ ଛକା ପଞ୍ଝା ଥମୁ ନାହିଁ। ବିପଦ ବେଳେ  ପରସ୍ପର ସହ ହାତ ମିଳାଇ ରାଜ୍ୟବାସୀଙ୍କ ସେବା କରିବା ବଦଳରେ ପରସ୍ପରକୁ ଆକ୍ଷେପ କରି ନିଜର ବଡ଼ ପଣିଆ ଜାହିର କରିବାକୁ ଚାହିଁଛନ୍ତି ଏହାର ତୁଙ୍ଗନେତାମାନେ। 

ଘଟଣା କେନ୍ଦ୍ର କରିଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ନେଇ। ଦେଶର ଗରିବ ଲୋକମାନଙ୍କୁ ବୀମା ପରିଧିଭୁକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ୨୦୧୯ ନିର୍ବାଚନର କିଛିମାସ ପୂର୍ବରୁ ଏହି ଯୋଜନା ଲାଗୁ କରାଯାଇଥିଲା। ହେଲେ ଏଥିରେ ରାଜନୀତିକ ଉଦ୍ଦେଶ୍ୟ ଥିବା ଅଭିଯୋଗ କରି ବିଜେଡି ଏହାକୁ ରାଜ୍ୟରେ ଲାଗୁ କରି ନଥିଲା। ନିଜ ପକ୍ଷରୁ ଏକ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ଯୋଜନା ଆରମ୍ଭ କରିଥିଲା ଯାହା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନାମରେ ପରିଚିତ। ଏହା ବୀମା ଯୋଜନା ନୁହେଁ, ବରଂ ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ସରକାରୀ ହସ୍‌ପିଟାଲ୍‌ରେ ରୋଗୀର ସମସ୍ତ ଖର୍ଚକୁ ବହନ କରିଆସୁଛନ୍ତି। ସରକାୀ ହସ୍‌ପିଟାଲ୍‌ର ସମସ୍ତ ସେବାକୁ ମାଗଣା ଘୋଷଣା କରାଯାଇଛି। 

ଫଳରେ ଏହା ଏକ ରାଜନୀତିକ ଲଢ଼େଇ ହୋଇ ରହି ଆସିଛି। ରାଜ୍ୟବସେୀ ଏଯାଏ କେନ୍ଦଅ ସରକାରଙ୍କ ଆ୍ରୁଷ୍ମାନ ଭାରତ ଯୋଜନାର ଫାଇଦା ନେଇ ପାରି ନାହାନ୍ତି। କେନ୍ଦ୍ର ସରକାରଙକ୍ ପକ୍ଷରୁ ଏନେଇ ବାରମ୍ବାର ରାଜ୍ୟକୁ ଅନୁରୋଧ କରାଯାଇଥିଲେ ମଧ୍ୟ ରାଜ୍ୟ ଏ ବାବଦରେ ଥିବା କିଛି ତ୍ରୁଟିକୁ ସଂଶୋଧନ କରିବାକୁ ଦାବି କରୁଛି। ସେହି ଦାବିସବୁ ଆଲୋଚନା ଭିତରେ ଥିବା ବେଳେ ଆଜି ଏକ ସଙ୍କଟଜନକ ପରିସ୍ଥିତିରେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣିଥରେ ସେହି ବିଭେଦ ରାଜନୀତିକୁ ପ୍ରଶ୍ରୟ ଦେବାକୁ ଚାହିଁଛନ୍ତି। ଟ୍ବିଟର ଯୋଗେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ‘ ସାରା ବିଶ୍ଵ ଓ ଦେଶ ସମେତ ଆମ ରାଜ୍ୟ ଓଡ଼ିଶା କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀ ଆତଙ୍କ କବଳରୁ ଜନସାଧାରଣଙ୍କଚ ସୁରକ୍ଷା ଦେବା ଲାଗି ପ୍ରଣପଣେ ଉଦ୍ୟମ କରୁଛନ୍ତି। ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଓଡ଼ିଶାବାସୀ ତଥା ସାରା ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆମାନଙ୍କୁ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇବା ଜରୁରୀ। ଏଣୁ ସେ ଓଡ଼ିଶଶ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କରିବ ଲୋକଙ୍କ ସ୍ଵାସ୍ଥ୍ୟସେବା ପାଇଁ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ପଇେଁ ଅନୁରୋଧ କରିଛନ୍ତି। 

ଏହାପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟବାସୀ ଏକ ବଡ଼ ସଙ୍କଟର ସମ୍ମୁଖୀନ ହେଉଛନ୍ତି ଆଉ କେନ୍ଦ୍ର ସରକାର ଏଥିରେ ଓଡ଼ିଶାବାସୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ତତ୍ପର। ସେଥିଲାଗି ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଲାଗୁ କରି ଓଡ଼ିଶାବାସୀଙ୍କ ସହଯୋଗ କରିବା ଦରକାର ବୋଲି କହିଛନ୍ତି। 

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଓଡ଼ିଶା ଏବଂ ସମଗ୍ର ଭାରତବର୍ଷ କୋଭିଡ୍‌-୧୯ କରୋନା ସଂକ୍ରମଣରେ ଆକ୍ରାନ୍ତ। ଓଡ଼ିଶାରେ ଏହି ସଂକ୍ରମଣ ସ୍ଥିର ରହିଥିଲେ ମଧ୍ୟ ବିପଦ ଯଥେଷ୍ଟ ରହିଛି। ଏଥିଲାଗି ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠି ଘୋଷଣା କରିଛନ୍ତି। କେନ୍ଦ୍ର ସରକାରେ ମଧ୍ୟ ଏହି ସଂକ୍ରମଣର ମୁକାବିଲା ଲାଗି ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ପୁଣି ଏହି ସେଂକ୍ରମଣର ଚିକିତ୍ସା ପାଇଁ କୌଣସି ନିର୍ଦ୍ଧିଷ୍ଟ ଔଷଧ ନାହିଁ ବରଂ ସ୍ଵତନ୍ତ୍ର ବ୍ୟବସ୍ଥାରେ ଏହାର ନିଦାନ କରାଯାଇଥାଏ। ଏହିକ୍ରମରେ ଆୟୁଷ୍ମାନ ଯୋଜନା କି ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନାର କୌଣସି ମହତ୍ତ୍ଵ ନାହିଁ। ଉଭୟ ସରକାର ରୋଗୀଙ୍କ ସ୍ଵାସ୍ଥ୍ୟର ଯତ୍ନ ତଥା ଏହି ସଂକ୍ରମଣକୁ ବ୍ୟାପ୍ତ ନ କରିବା ପାଇଁ ରୋଗୀର ଚିକିତ୍ସା ପାଇଁ ପ୍ରାଣ ପଣେ ଧ୍ୟାନ ଦେବାକୁ ବାଧ୍ୟ। ଏଣୁ ଏଠାରେ କୌଣସି ଏକ ପ୍ରସଙ୍ଗକୁ ଭିତ୍ତିକରି ରାଜନୀତିକ ବ୍ରାନବାଜୀ କରିବା କିଛି ଜରୁରୀ ନୁହେଁ। ବରଂ କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ଓଡ଼ିଶାର ଶିଳ୍ପପତି ଓ ରାଜନେତା ତଥା ସାଧାରଣ ଜନତାଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସହଯୋଗ ପାଇଁ ନିବେଦନ କରିପାରିଥାଆନ୍ତେ। 

ଅପରପକ୍ଷେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଅନୁରୋଧ ମୂଳକ ରାଜନୀତିକ ମନ୍ତବ୍ୟକୁ ରାଜନୀତିକ ସ୍ତରରେ କାଟ୍‌ କରିବା ପାଇଁ ବିଜେଡି ନେତା ତଥା ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ବୟାନ ଜାରି କରିଛନ୍ତି।

‘ଓଡ଼ିଶାର ସମସ୍ତ ରୋଗୀଙ୍କ ଲାଗି ଡାକ୍ତରଖାନାରେ ପରୀକ୍ଷା ନୀରିକ୍ଷା, ଚିକିତ୍ସା ଏବଂ ଔଷଧ  ଆଦି ସମ୍ପୂଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଏ କ୍ଷେତ୍ରରେ ବିପିଏଲ୍‌ ବା ଏପିଏମଲ୍‌ ବାଛ ବିଚାର ନାହିଁ। ଯଦି କେନ୍ଦ୍ର ସରକରେ ପ୍ରସ୍ତାବିତ ଯୋଜନାରୁ ବିପିଏଲ୍‌ ବର୍ଗକୁ କାଢ଼ି ନିଅନ୍ତି ତେବେ ରାଜ୍ୟ ତାହାକୁ ତୁରନ୍ତ ଲାଗୁ କରିବ’।

ଅପରପକ୍ଷେ ବେ କୋଭିଡ୍‌ -୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସମସ୍ତ ଚିକିତ୍ସା ମାଗଣା କରାଯାଉଛି। ଏଥିରେ ବୀମାର କିଛି ପ୍ରେୟୋଜନ ନାହିଁ। ଏଣୁ ଏହି ପୃଷ୍ଠଭୂମିରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ପରି ବୟାନ  ଯୁକ୍ତିସମ୍ପନ୍ନ ନୁହେଁ ବୋଲି  ରାଜନୀତିକ ପଣ୍ଡିତମାନେ ମତ ଦେଉଛନ୍ତି। 

New Doc 2020-03-24 18.48.58

 

Leave a Reply

Your email address will not be published.