ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨, ୮୮୨ କରୋନା ନମୁନା ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ପରିଲକ୍ଷିତ ହେଉଥିବା ବେଳେ ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨, ୮୮୨ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି।

ଏଥିମଧ୍ୟରୁ ୮,୨୭୫ଟି ଆରଟିପିସିଆର ଏବଂ ୪୪,୫୧୪ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୯୩ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏଯାବତ୍  ୩ ଲକ୍ଷ ୯୧୮୩ କୋଭିଡ୍‌ ନମୁନା ପରୀକ୍ଷା  ହୋଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ ପୂର୍ବ ଦିନ ୨୪ଘଣ୍ଟାରେ ରାଜ୍ୟରେ ୫୦,୫୭୦ ନମୁନା ପରୀକ୍ଷା କରାଯାଇଥିଲା। ତାହା ମଧ୍ୟରେ ଆଣ୍ଟିଜେନ୍‌ ୪୨,୦୨୪, ଆର୍‌ଟି-ପିସିଆର୍‌ ୮,୪୪୫ ଏବଂ ଟ୍ରୁନାଟ୍‌ ୧୦୧ ରହିଥିଲା।

Leave a Reply

Your email address will not be published.