କୋଭିଡ କଟକଣା ଉଲ୍ଲଙ୍ଘନ, ଝାରସୁଗୁଡାର ୩ ନର୍ସିଂହୋମ ସିଲ୍

ଝାରସୁଗୁଡ଼ା, (ଓଡିଶା ଟାଇମ୍) :କୋଭିଡ ନିୟମ ମାନୁନଥିଲେ ନର୍ସିଂ ହୋମ୍ । ବାଧ୍ୟ ହୋଇ ନର୍ସିଂହୋମକୁ ସିଲ୍ କଲା ଝାରସୁଗୁଡା ପ୍ରଶାସନ।  ସହରରେ ଥିବା ତିନୋଟି ନର୍ସିଂ ହୋମକୁ ଜିଲ୍ଲା ପ୍ରଶାସନ ସିଲ୍ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

ଝାରସୁଗୁଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଅନେକ ସ୍ଥାନର ହସ୍ପିଟାଲଗୁଡିକରୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ଏହାକୁ ନଜରରେ ରଖି ସମସ୍ତ ନର୍ସିଂହୋମ ଏବଂ ଘରୋଇ ମେଡିକାଲକୁ କରୋନା ଗାଇଡଲାଇନ୍ ମାନିବାକୁ କଡା ନିର୍ଦ୍ଦେଶ ରହିଛି । ତେବେ କୋଭିଡ-୧୯ ଅଧିନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଆଜି ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ ନିର୍ଦେଶକ୍ରମେ ସହରରେ ଥିବା ତିନୋଟି ନର୍ସିଂ ହୋମକୁ ସିଲ୍‌ କରାଯାଇଛି। କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଝାରସୁଗୁଡା ସହରର ୩ଟି ନର୍ସିଂହୋମକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ।

ସହରରେ ଥିବା ଅଗ୍ରୱାଲ ନର୍ସିଂହୋମ, ଆର. କେ. ମଲଟିକେୟାର ହୋମ, ଲଖ୍ୟ ଜେୟାରକୁ ସିଲ୍ କରିଛି ପ୍ରଶାସନ। ଜିଲ୍ଲାରେ ବିଭିନ୍ନ ଘରୋଇ ହସ୍‌ପିଟାଲ ଓ ନର୍ସିଂ ହୋମ୍‌ରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ ପକ୍ଷରୁ ମିଳିତ ଭାବେ ଯାଞ୍ଚ ଆରମ୍ଭ ହୋଇଛି। କୋଭିଡ୧୯ ଗାଇଡ ଲାଇନ୍‌ ସଠିକ ଭାବେ ପାଳନ ହେଉଛି କି ନାହିଁ ସେ ନେଇ ଜୋରସୋର ଯାଞ୍ଚ କରାଯାଉଛି।କୋଭିଡ ନିୟମ ଠିକ୍ ଭାବେ ପାଳନ ହେଉଛି କି ନାହିଁ ସେଥିପାଇଁ  ଜିଲ୍ଲାର ବିଭିନ୍ନ ଘରୋଇ ନର୍ସିଂ ହୋମ ଓ କ୍ଲିନିକ ଉପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ସ୍କ୍ଵାଡର କୋଭିଡ଼ ମାଜିଷ୍ଟ୍ରେଟ ଗୋଲଖ ବିହାରୀ ମଙ୍ଗରାଜ ନେତୃତ୍ୱରେ  ଟାଉନ ଥାନାଧିକାରୀ  ସହ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଝାରସୁଗୁଡା ଜିଲ୍ଲାରେ ଥିବା ଅନେକ ଘରୋଇ ନର୍ସିଂ ହୋମ୍‌ କୋଭିଡ ପାଇଁ ଥିବା ସରକାରୀ ଗାଇଡ ଲାଇନ୍‌ ନିୟମ ମାନୁ ନ ଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଘରୋଇ ନର୍ସିଂ ହୋମଗୁଡ଼ିକରେ ବହୁ ରୋଗୀ ଚିକିତ୍ସିତ ହେଉଥିବାରୁ ସେହି ସ୍ଥାନକୁ ସଠିକ୍‌ ଭାବେ ସାନିଟାଇଜ୍ କରାଯାଉଛି କି ନାହିଁ, ରୋଗୀ ଓ ସମ୍ପର୍କୀୟମାନେ ସାମାଜିକ ଦୂରତା ନିୟମ ମାନିବା ସହ ମାସ୍କ ବ୍ୟବହାର କରୁଛନ୍ତି କି ନାହିଁ ସେ ନେଇ ଯାଞ୍ଚ ହୋଇଛି।

ଏହି ସମସ୍ତ ନର୍ସିଂହୋମ ସରକାର ଘରୋଇ ହସ୍ପିଟାଲ ପାଇଁ ଜାରି କରିଥିବା କରୋନା ଗାଇଡଲାଇନ ପାଳନ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ଜିଲାର ପ୍ରଶାସନ ପକ୍ଷରୁ ଚଢଉ କରାଯାଇଥିଲା।

Leave a Reply