ଦେଶରେ ପାଖାପାଖି ୮୦ ଲକ୍ଷ ଛୁଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ପ୍ରାୟ ୧ ଲକ୍ଷ ୨୦ ହଜାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ନୂଆ ୪୫ ହଜାର ୧୪୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ସମୁଦ‌ାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୬୦ ଛୁଇଁଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛିି।

ଏବେ ସୁଦ୍ଧା ୭୧ ଲକ୍ଷ ୩୧ ହଜାର ୨୨୨୯ ଜଣ ଆକ୍ର‌ାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ଅଛନ୍ତି ୬ ଲକ୍ଷ ୫୩ ହଜାର ୭୧୭ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୫୯ ହଜାର ୧୦୫ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି।

Leave a Reply

Your email address will not be published.