ଦେଶରେ ୩୫୮୩ ଜଣଙ୍କ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଭାରତରେ ଏବେ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଅଦ୍ୟାବଧି ଦେଶରେ ୧ ଲକ୍ଷ ୧୮ ହଜାର ୪୭୭ ଜଣ କୋରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡିଛି । ଏଥିରୁ ୪୮ ହଜାର ୫୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବିଭିନ୍ନ କୋଭିଡ ହସ୍ପିଟାଲରେ ୬୬ ହଜାର ୩୬୩ ଜଣ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩ ହଜାର ୫୮୩ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୪୧ ହଜାର ୬୪୨ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧,୪୫୪ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୧,୪୫୪ ଜଣ, ଗୁଜରାଟରେ ୭୭୩ ଜଣ ,ଆନ୍ଧ୍ରପ୍ରଦେଶରେ ୫୩ ଜଣ, ଆସାମରେ ୪ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୨୦ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୪୧ ଜଣ, ବିହାରରେ ୧୧ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୯୪ ଜଣ, ହରିୟାଣାରେ ୧୫ ଜଣ, କେରଳରେ ୪ ଜଣ, ପଶ୍ଚିମବଙ୍ଗରେ ୨୫୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୩୯ ଜଣ, ରାଜସ୍ଥାନରେ ୧୫୧ ଜଣ, ତାମିଲନାଡୁରେ ୯୪ ଜଣ, ତେଲେଙ୍ଗାନାରେ ୪୫ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୩୮ ଜଣ ଏବଂ ମଧ୍ୟପ୍ରଦେଶରେ ୨୭୦ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.