ଆଧାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ, ୨୦୧୮ରେ ହୋଇଥିବା ଆଧାର ଆକ୍ଟ ସମ୍ପୂର୍ଣ୍ଣ ସାମ୍ୱିଧାନିକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :୨୦୧୮ରେ ଆସିଥିବା ଆଧାର ଆକ୍ଟକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଏକ ମାମଲାକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । କୋର୍ଟ ଆଧାରକୁ ସାମ୍ୱିଧାନିକ ବୋଲି ପୂର୍ବରୁ ଦେଇଥିବା ରାୟକୁ କାଏମ୍ ରଖିଛନ୍ତି । ଏନେଇ ବୁଧବାର ସୁପ୍ରିମ୍ କୋର୍ଟର ୱେବ୍‌ସାଇଟ୍‌ରେ ଏହି ତଥ୍ୟ ଅପଲୋଡ୍ କରାଯାଇଛି ।

୨୦୧୮ ମସିହାରେ ସୁପ୍ରିମ୍ କୋର୍ଟ ଆଧାରକୁ ସମ୍ପୂର୍ଣ୍ଣ ବୈଧ ଏବଂ ସାମ୍ୱିଧାନିକ ବୋଲି ରାୟ ଦେଇଥିଲେ । ଏହାକୁ ପୁନର୍ବାର ବିଚାର କରିଯାବା ନେଇ ସୁପ୍ରିମ୍ କୋର୍ଟରେ ଏକ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିଲା । ଏହାର ଶୁଣାଣି କରିବା ପାଇଁ ପାଞ୍ଚ ଜଣିଆ ଖଣ୍ଡପୀଠ ମଧ୍ୟ ଗଠିତ ହୋଇଥିଲା । ଜଷ୍ଟିସ୍ ଏମ୍ ଖାନ୍‌ଓ୍ୱିଲ୍‌କର, ଡି. ୱାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ଏସ୍ ଅବଦୁଲ୍ ନାଜିର୍ ଓ ବି. ଆର୍. ଗାଭାଇ ଏହାର ଶୁଣାଣି କରି ଜାନୁଆରୀ ୧୧ ତାରିଖ ଦିନ ରାୟ ଦେଇଥିଲେ ଏବଂ ଏହା ବୁଧବାର ଦିନ ସୁପ୍ରିମକୋର୍ଟର ୱେବସାଇଟ୍‌ରେ ଅପଲୋଡ କରାଯାଇଥିଲା ।

ଏହି ଶୁଣାଣିରେ ଜଷ୍ଟିସ୍ ଏମ୍ ଖାନ୍‌ଓ୍ୱିଲ୍‌କର, ଅଶୋକ ଭୂଷଣ, ଏସ୍ ଅବଦୁଲ୍ ନାଜିର୍ ଓ ବି. ଆର୍. ଗାଭାଇ ମାମଲାର ସପକ୍ଷରେ ମତ ରଖିଥିଲେ । କିନ୍ତୁ ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ ଏହାର ବିପକ୍ଷରେ ମତ ଦେଇଥିଲେ । ଯେଉଁ ଦିନ ପର୍ଯ୍ୟନ୍ତ ମନି ବିଲ୍ ପରି ଆଧାର ବିଲ୍‌ରେ ସାମ୍ୱିଧାନିକ ବେଞ୍ଚ ସ୍ଥାପନ ନ ହୋଇଛି । ସେ ପର୍ଯ୍ୟନ୍ତ ଏହି ପିଟିସନ୍କୁ ବିଚାରଧୀନ ରଖିବାକୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ । ଆଶ୍ଚର୍ଯ୍ୟକର କଥା ହେଉଛି କି ୨୦୧୮ରେ ଆଧାର ଆକ୍ଟ ଅସାମ୍ୱିଧାନିକ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ରାୟ ଦେଇଥିବା ବେଳେ ଅନ୍ୟ ଚାରିଜଣ ଜଜ୍ ଏହାର ସପକ୍ଷରେ ରାୟ ଦେଇଥିଲେ ।

Leave a Reply

Your email address will not be published.