୧୦ ବର୍ଷରେ ହସ୍ତତନ୍ତ ପ୍ରଦର୍ଶନୀ ଓ ବିକ୍ରିର ଏକ ସଫଳ ଯାତ୍ରା: କଟନ୍‍ ଫ୍ୟାବ୍‍

0
519
advertisement

ଭୁବନେଶ୍ୱର, (ଓଟି): ଓଡ଼ିଶାରେ ହସ୍ତଶିଳ୍ପ ବା ହସ୍ତତନ୍ତ ପ୍ରତି ଲୋକଙ୍କ ଆଗ୍ରହ ଓ ବିକ୍ରି କିଛି ନୂଆ ବିଷୟ ନୁହେଁ । ସରକାରୀ ଉଦ୍ୟମରେ ପ୍ରତିବର୍ଷ ଏହି ଆଗ୍ରହକୁ ଧରି ରଖି କାରିଗରଙ୍କୁ ପ୍ରୋତ୍ସାହନ ଦେବା ଲାଗି ବିଭିନ୍ନ ସ୍ଥାନରେ ବିକ୍ରି ପ୍ରଦର୍ଶନୀସବୁ ଆୟୋଜନ କରାଯାଇଥାଏ । ହେଲେ ଉତ୍ତର ପ୍ରଦେଶର କିଛି ହସ୍ତତନ୍ତ କାରିଗରଙ୍କ ଦ୍ୱାରା ଆୟୋଜନ କରାଯାଉଥିବା “କଟନ୍‍ ଫ୍ୟାବ୍‍’ ଏସବୁ ପ୍ରଦର୍ଶନୀଠୁ ଯଥେଷ୍ଟ ଅଲଗା । ୧୦ ବର୍ଷରେ ପାଦ ଦେବାକୁ ଯାଉଥିବା ଏହି ପ୍ରଦର୍ଶନୀ କୌଣସି ସରକାରୀ ଗୋଷ୍ଠୀ ଉଦ୍ୟମରେ ନୁହେଁ ବରଂ ଉତ୍ତରପ୍ରଦେଶର କିଛି କାରିଗର ଓ ହସ୍ତତନ୍ତ ପ୍ରତି ଆଗ୍ରହୀଙ୍କ ଉଦ୍ୟମରେ ସଫଳତା ପ୍ରଦର୍ଶନ କରି ଆସୁଛି । ଏବର୍ଷ ଅଗଷ୍ଟ ୩୧ ତାରିଖରୁ ଅକ୍ଟୋବର ୨ତାରିଖ ଯାଏ ସ୍ଥିର ହୋଇଥିବା ଏହି ପ୍ରଦର୍ଶନୀରେ ୨୩ଟି ରାଜ୍ୟର କାରିଗର ଓ ବିକ୍ରେତା ଭାଗ ନେବା କାର୍ଯ୍ୟକ୍ରମ ରହିଛି ।

ଏକ ଦଶନ୍ଧିର ଇତିହାସ ସ୍ଥପନ କରିବାକୁ ଯାଉଥିବା ଏହି ‘କଟନ ଫ୍ୟାବ୍‍’ ଅୱଧ ହଥ୍‍କର୍ଗା, ହସ୍ତ ଶିଳ୍ପ ଏବଂ ଗ୍ରମୋଦ୍ୟୋଗ ସମିତି ଦ୍ୱାରା ନିରନ୍ତର ଭାବେ ଆୟୋଜନ କରାଯାଉଛି । ସମିତିର ସମ୍ପାଦକ ଜାଭେଦ୍‍ ଆଲାମ୍‍ଙ୍କ କହିବା ଅନୁସାରେ, ଏବର୍ଷ ୧୫୦ରୁ ଅଧିକ ଷ୍ଟଲ୍‍ ଏଠାରେ ଖୋଲାଯିବ। ପ୍ରତିବର୍ଷ ଭଳି ପ୍ରଦର୍ଶନୀ ପଡ଼ିଆରେ ହିଁ ଏହି ପ୍ରଦର୍ଶନୀ ପଡ଼ିବ । ଯେଉଁଠାରୁ ଆଗ୍ରହୀ କ୍ରେତାମାନେ ସିଧାସଳଖ କାରିଗରଙ୍କଠାରୁ କିଣିପାରିବେ । କପଡ଼ା, ଡ୍ରେସ୍‍, ଡ୍ରେସ୍‍ ମ୍ୟାଟେରିଆଲ୍‍, ହୋମ୍‍ ଫର୍ନିଶିଂ ଏବଂ ଯୁଗୋପଯୋଗୀ ଫ୍ୟାଶନ୍‍ ଜୁଏଲାରୀସବୁ ଏଠାରେ ଉପଲବ୍ଧ ହେବ ।

ଲକ୍ଷେ୍ନø ଚିକନ୍‍ କୁର୍ତ୍ତା ହେଉ ବା ମଧ୍ୟପ୍ରଦେଶର ଚନ୍ଦେରୀ, ମାହେଶ୍ୱରୀ ଅଥବା କଶ୍ମିରୀ ଏମ୍ବ୍ରୟଡରୀ ସବୁକିଛି ଏଠାରେ ମିଳିପାରିବ । ପୁଣି ଗୁଜରାଟି ପ୍ରିଣ୍ଟ ଡେସ୍‍ ମ୍ୟାଟେରିଆଲ, କୁର୍ତ୍ତି ଯାହା ଉପରେ ବନ୍‍ଜାରା ଏମ୍ବ୍ରଡରୀ ପଡ଼ିଥିବ ନହେଲେ ରାଜସ୍ତାନୀ ବ୍ଲକ୍‍ ପ୍ରିଣ୍ଟ ଶାଢ଼ି, ଡ୍ରେସ୍‍ କେବଳ ଏଇଠାରେ ହିଁ ମିଳିପାରିବ । ଏହା ବାଦ୍‍ ଏହି ଗୋଟିଏ ଛାତ ତଳେ ତେଲେଙ୍ଗାନାର ପଞ୍ଚମପଲୀ, ଗଦ୍‍ୱା, ପଶ୍ମଚିବଙ୍ଗର କାନ୍‍ଥା, ଢାକାଇ, ଜାମ୍‍ଦରୀ, ଆନ୍ଧ୍ର ପ୍ରଦେଶର ଜରିବର୍ଡ଼ର, କଲାମକରୀ, ଆସାମର ମୁଗା, ବିହାରର ଟସର, କୋସା, ବନାରସୀ ଜମାୱର, ଜାମଦନୀ, ପଞ୍ଜାବ ପଟିଆଲା, ଫୁଲକାରୀ, କର୍ଣ୍ଣାଟକର ବ୍ଲକ୍‍ ପ୍ରିଣ୍ଟ ବେଡ୍‍ କଭର ସବୁକିଛି ଏଇଠି ଉପଲବ୍ଧ ।

ହଁ, ଓଡ଼ିଶାର କାରିଗରୀ ବାଦ୍‍ ପଡ଼ିନାହିଁ । ସମ୍ବଲପୁରୀ, ଶାଢ଼ୀ, ଡ୍ରେସ୍‍ ମ୍ୟାଟେରିଆଲ୍‍ ସାଙ୍ଗକୁ କୋରାପୁଟ ଇକତ ପାଇଁ ସ୍ୱତନ୍ତ୍ର ଷ୍ଟଲ୍‍ର ଆୟୋଜନ ଏଠାରେ ହୋଇଛି । ତାମିଲ୍‍ନାଡ଼ୁ ହରିୟାଣାର ଶିଳ୍କ ପ୍ରଭୃତି ବି ଉପଲବ୍ଧ । ଆଗ୍ରହୀ ଗ୍ରାହକମାନେ ବିଭିନ୍ନ ପ୍ରକାର ଘର ସଜ୍ଜା ସାମଗ୍ରୀ ଏଠାରୁ ପାଇପାରିବେ । ମୂଲ୍ୟବାନ୍‍ ପଥରଯୁକ୍ତ ଅଳଙ୍କାର ସାଙ୍ଗକୁ ହାଇଦ୍ରାବାଦୀ ମୁକ୍ତାର ଗହଣା ନିଶ୍ଚିତଭାବେ ଆଧୁନିକ ଗ୍ରାହକଙ୍କ ମନରେ ଫ୍ୟାଶନ୍‍ର ଏକ ନୂଆ ଆଗ୍ରହ ସୃଷ୍ଟି କରିବ । ତାହେଲେ ଡେରି କାହିଁକି ଚାଲନ୍ତୁ ନା ବୁଲି ଆସିବା ଏବର୍ଷର କଟନ୍‍ ଫ୍ୟାବ୍‍ ।