ଭୁବନେଶ୍ବର ଡମଣା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର ଡମ ଅଞ୍ଚଳରୁ ଜଣେ କରୋନା ଆକ୍ରନ୍ତ ଚିହ୍ନଟ ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୩୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଭୁବନେଶ୍ବରର ଜଣେ ଯୁବକ ଅଛନ୍ତି । ଭୁବନେଶ୍ବର ମହାନଗର ନିଗମ ( ବିଏମସି ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ୨୫ ବର୍ଷୀୟ ଯୁବକ ଜଣଙ୍କ ଡମଣା ଅଞ୍ଚଳର ହୋଇଥିବା ବେଳେ ସେ ମୁମ୍ବାଇରୁ ଫେରିଥିଲେ । ଏହାସହିତ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୩ ଜଣ ଚିକିତ୍ସାଧୀନ ଅଛନ୍ତି । ତିନି ଜଣଙ୍କର ମୃତ୍ୟୁ ଘଟିଛି । ଏହା ପୂର୍ବରୁ ଗତକାଲି ଭୁବନେଶ୍ବରରେ ଗୋଟିଏ ପରିବାରରୁ ଦୁଇ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ସେମାନେ ପଟିଆ ଅଞ୍ଚଳରେ ହୋଇଥିବା ବେଳେ ଦିଲ୍ଲୀରୁ ଫେରି ହୋମ କରେଣ୍ଟାଇନରେ ରହିଥିଲେ ।

Leave a Reply

Your email address will not be published.