ଅଗଷ୍ଟ ସୁଦ୍ଧା ଭାରତରେ ଉପଲବ୍ଧ ହେବ କରୋନାର ଦ୍ୱିତୀୟ ସ୍ୱଦେଶୀ ଟିକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଅଗଷ୍ଟରୁ ଭାରତରେ ଉପଲବ୍ଧ ହେବ କରୋନାର ୨ୟ ସ୍ୱେଦେଶୀ ଟିକା । ହାଇଦ୍ରାବାଦ କମ୍ପାନୀ ବାୟୋଲଜିକାଲ-ଇ ଦ୍ୱାରା ପ୍ରସ୍ତୁତ ଏହି ଟିକାର ୩୦ କୋଟି ଡୋଜ କିଣିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏଥିପାଇଁ କମ୍ପାନୀକୁ ୧୫୦୦ କୋଟି ଟଙ୍କାର ଅଗ୍ରୀମ ଦେୟ ପ୍ରଦାନ କରାଯାଇଛି । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ କମ୍ପାନୀ ୩୦୦ ମିଲିୟନ୍ ଡୋଜ ଟିକା ଯୋଗାଇବ । ଏହି ଉପାୟରେ ଅଗଷ୍ଟ ମାସରୁ ପ୍ରତି ମାସରେ ୬ କୋଟି ଅତିରିକ୍ତ ଟିକା ଉପଲବ୍ଧ ହେବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ବାୟୋଲୋଜିକାଲ-ଇ କୋଭିଡ-19 ଟିକାର ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଚାଲିଛି । ପ୍ରଥମ ଏବଂ ଦ୍ୱିତୀୟ କ୍ଲିନିକାଲ୍ ପରୀକ୍ଷଣରେ ଭଲ ଫଳାଫଳ ମିଳିଥିଲା । ଏହି ଟିକାକୁ ବାୟୋଲୋଜିକାଲ୍-ଇ ଦ୍ୱାରା ବିକଶିତ କରାଯାଇଛି, ଯାହାକି ଏକ ଆରବିଡି ପ୍ରୋଟିନ୍ ସବ୍-ୟୁନିଟ୍ ଟିକା । ଜୁନ୍-ଜୁଲାଇ ମଧ୍ୟରେ ଏହାର ପରୀକ୍ଷଣ ସମାପ୍ତ ହେବ ଏବଂ ନିୟାମକ ଅନୁମୋଦନ ମଧ୍ୟ ମିଳିବ । ଫଳରେ ଅଗଷ୍ଟରୁ ଟିକାକରଣରେ ଏହାର ବ୍ୟବହାର କରାଯିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published.