#CoronaVirus: ଦେଶରେ କରୋନା ପଜିଟିଭ୍‌ ସଂଖ୍ୟା ୯୧ ହଜାର ପାର କଲା, ଦିନକରେ ୫ ହଜାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ  ୫ ହଜାର ନୂଆ କରୋନା ଭୁତାଣୁ ଆକ୍ରାନ୍ତକୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇଛି।  ପୂର୍ବଆକ୍ରାନ୍ତଙ୍କ ମଧ୍ୟରୁ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଭାରତରେ ସମୁଦାୟ ପଜିଟିଭ୍‌ ଚିହ୍ନିତଙ୍କ ସଂଖ୍ୟା ୯୧ ହଜାର ଅତିକ୍ରମ କରିଥିବା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ସେମାନଙ୍କ ଭିତରୁ ୩୪ହଜାର ୧୦୮ ସୁସ୍ଥ ହୋଇଥିବା ବେଳେ ୨୮୭୨ଜଣଙ୍କ ମୃତ୍ୟୁ ଘଟିଛି।  ଏବେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୩ହଜାର ୯୪୬

ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡ଼ୁ ଏବଂ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି।  ମହାରାଷ୍ଟ୍ରରେ ୨ ହଜାରରୁ ଅଧିକ ପୁଲିସ ଏବଂ ସ୍ବାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ଦିନକ ମଧ୍ୟରେ ଆଉ ୬୬ ପୁଲିସ କର୍ମୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୨୨ଟି ନୂଆ ମାମଲା ଆସିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୮୦୦ରେ ପହଞ୍ଚିଯାଇଛି। ଗୁଜରାଟରେ ଦିନକ ମଧ୍ୟରେ ୩୪୦ ନୂଆ ମାମଲା ସାମ୍ନାକୁ ଆସିଛି। ତାମିଲନାଡ଼ୁରେ ୪୦୦ ନୂଆ ମାମଲା ଚିହ୍ନଟ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଯାଇଛି।

ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟକର୍ମୀ, ପୁଲିସ ଏବଂ ସୁରକ୍ଷା ବାହିନୀ ସଦସ୍ୟମାନେ କରୋନା ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢ଼ିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଏସ୍‌ଏଫ୍‌ର ୧୦ ଜଣ ଯବାନ କରୋନା ଆକ୍ରାନ୍ତ ହୋଇଛନ୍ତି।

Leave a Reply

Your email address will not be published.