ଦେଶରେ ୧୭ ଲକ୍ଷ ଟପିଲା କରୋନା ସଂକ୍ରମଣ; ଗତ ୨୪ ଘଣ୍ଟାରେ ୫୪,୭୩୬ ଆକ୍ରାନ୍ତ ଓ ୮୫୩ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୭ ଲକ୍ଷ ୫୦ ହଜାର ୮୨୪ ରେ ପହଞ୍ଚିଛି ।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭,୩୬୪ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୫୪,୭୩୬ ନୂଆ ଆକ୍ରାନ୍ତଙ୍କ ସହ ୮୫୩ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଆକ୍ଟିଭ୍ କେସ୍ ୫,୬୭,୭୩୦ ରହିଛି ।

ଏହା ବ୍ୟତୀତ ୧୧ ଲକ୍ଷ ୪୫ ହଜାର ୬୩୦ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି ।

Leave a Reply

Your email address will not be published.