ହ୍ରାସ ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା ; ୨୭,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ , ୩୩୬ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଗତକାଲି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି କମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ୨୪ ଘଣ୍ଟାରେ ଦେଶରେ ୨୭,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୩୩୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧ଲକ୍ଷ ୪୩ ହଜାର ୩୫୫ରେ ପହଞ୍ଚିଛି।

ସେହିପରି ମୋଟ ପଜିଟିଭଙ୍କ ସଂଖ୍ୟା ୯୮ ଲକ୍ଷ ୮୪ ହଜାର ୭୧କୁ ବୃଦ୍ଧି ପାଇଛି। ୩ଲକ୍ଷ ୫୨ ହଜାର ୫୮୬ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୩ ଲକ୍ଷ ୮୮ ହଜାର ୧୫୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Leave a Reply

Your email address will not be published.