୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦିଲ୍ଲୀରେ ପୁଣି ଭୟଙ୍କର ରୂପ ନେଉଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି । ହାରାହାରି ଦେଖିଲେ ପ୍ରତି ଘଣ୍ଟାରେ ଦିଲ୍ଲୀରେ କରୋନା ୫ ଜଣଙ୍କ ମୁଣ୍ଡ ନେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧୧ ଜଣ କରୋନାରେ ମୃତ୍ୟୁବରଣ କରିଥିବାବେଳେ କେବଳ ଦିଲ୍ଲୀରେ ଏହି ସଂଖ୍ୟା ୧୨୧ ।

ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି ରିପୋର୍ଟ ଅନୁସାରେ ରବିବାର ଦିଲ୍ଲୀରେ ୬୭୪୬ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି ଓ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ସମ୍ପ୍ରତି ମୋଟ ମୃତ୍ୟୁ ସଂଖ୍ୟ ୮୩୯୧ରେ ପହଞ୍ଚିଛି । ଗତ ୧୦ ଦିନ ମଧ୍ୟରେ ଦିଲ୍ଲୀରେ ଅନ୍ୟୂନ ୫ ଦିନ ମୃତ୍ୟୁ ସଂଖ୍ୟା ୧୦ ଅତିକ୍ରମ କରିଛି ।

Leave a Reply

Your email address will not be published.