ଗତକାଲି ସକାଳଠୁ ଆଜି ସକାଳ ଯାଏ କେତେ ବଢ଼ିଛି ରାଜ୍ୟରେ କରୋନା ରୋଗୀ ସଂଖ୍ୟା ଜାଣନ୍ତୁ ତୁଳନାତ୍ମକ ରିପୋର୍ଟ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦିନକୁ ଦିନ ବିସ୍ତାରିତ ହେଉଛି କରୋନା ରୂପ। ଗତକାଲି ୨୫ଜଣ ନୂଆ କରୋନା ପଜିଟିଭ୍ ଚିହ୍ନିତ ହୋଇଛନ୍ତି। ଏମାନଙ୍କ ଭିତରୁ ୭ଜଣ ଗଞ୍ଜାମର ସୁରାଟ୍ କ୍ୟାମ୍ପରୁ ଆସିଥିବା ବେଳେ ଯାଜପୁରରେ ଦୁଇ, ଭଦ୍ରକରେ ୬, ଅନୁଗୁଳରେ ୨ ମଧ୍ୟ ସୁରାଟ ଫେରନ୍ତା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ସୁରାଟ ଫେରନ୍ତାଙ୍କ ହେତୁ ନୂଆ ଜିଲ୍ଲା ଭାବେ ବୌଦ୍ଧରେ କରୋନା ବିସ୍ତାର କରିଛି। ପୁରୀରେ ଯେଉଁ ଦୁଇଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଚଇ ସେମାନେ ପୁରୀ ସହରର। ସେମାନେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏ ସମସ୍ତ ରୋଗୀ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିଲେ। ସେମାନଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ହସ୍ପିଟାଲ୍କୁ ନିଆଯିବା ବ୍ୟବସ୍ଥା କରାଯାଇଛି।
ଏବେ ରାଜ୍ୟରେ ସମୁଦାୟ ଚିହ୍ନିତ କରୋନା ରୋଗୀଙ୍କ ସଂଖ୍ୟା ୩୭୭ ରହିଛି। ସେଥିରୁ ୩୦୬ଜଣ ଆକ୍ରାନ୍ତ ରହିଛନ୍ତି। ୬୮ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି।