ବ୍ରହ୍ମପୁରରେ କରୋନା କଟକଣା କୋହଳ, ସକାଳ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା

ଗଞ୍ଜାମ, (ଓଡିଶା ଟାଇମ୍) :  ଗଞ୍ଜାମରେ କରୋନା କଟକଣା କୋହଳ ହେବା ପରେ ଆଜିଠାରୁ ବ୍ରହ୍ମପୁର ସହରର ସୀମାକୁ କଟକଣା ମୁକ୍ତ କରାଯାଇଛି। ଏଥିଲାଗି ଆଜି ସକାଳ ୫ଟାରୁ ରାତି ୮ଟା ଯାଏ ଦୋକାନ ବଜାର ଖୋଲା ରହିବ ବୋଲି ଜଣାଯାଇଛି। ତେବେ ଏହି ସମୟରେ ସମସ୍ତ ଦୋକାନୀ ପଞ୍ଚସୂତ୍ର ନିୟମ ପାଳନ କରିବାକୁ ପଡ଼ିବ ବୋଲି ନିର୍ଦେଶ ଦିଆଯାଇଛି।  

କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଗତ କିଛି ମାସ ହେଲା ସହରରେ ଲାଗିଥିଲା କଟକଣା । ପରିସ୍ଥିତି ଧିରେ ଧିରେ ସ୍ବାଭାବିକ ହେଉଛି । ଦୋକାନ ବଜାର ବି ସକାଳ ୫ଟାଠାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ପୂର୍ବରୁ ସକାଳ ୫ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲାରେ କରୋନା କଟକଣାକୁ କୋହଳ କରିଛନ୍ତି ଜିଲ୍ଲା ପ୍ରଶାସନ ।

 

Leave a Reply

Your email address will not be published.